ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତଳମୁହାଁ କରୋନା ଏବେ ପୁଣି ଧୀରେ ଧୀରେ ମୁଣ୍ଡ ଟେକିବାରେ ଲାଗିଛି । ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ୧୪୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଦୁଇଗୋଟି କୋଭିଡ କେୟାର ସେଣ୍ଟର ଓ ୨ଟି କୋଭିଡ ହସ୍ପିଟାଲ ମାଧ୍ୟମରେ କୋଭିଡ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛି ଜିଲ୍ଲା ପ୍ରଶାସନ।
ତେବେ ବର୍ତ୍ତମାନ ଜିଲ୍ଲା ପାଇଁ ଚିନ୍ତା ପାଲଟିଛି ଗ୍ରାମାଞ୍ଚଳରେ କରୋନାର କାୟାବିସ୍ତାର । ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ପଞ୍ଚାୟତର ସୀତାରାମ ପାଳି ଗାଁରେ କାୟା ବିସ୍ତାର କରୁଛି ମହାମାରୀ । ଗାଁରେ ୧୦ରୁ ଊର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସୀତାରାମ ପାଳି ଗାଁକୁ ସପ୍ତାହକ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଘରୁ କେହି ବାହାରକୁ ନ ବାହାରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ସରପଞ୍ଚ ଘୋଷଣା କରିଥିବାବେଳେ ଏହି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ