ETV Bharat / state

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ସିମାନ୍ତ ଗାଁ ସିଲେଟ - road problem

''ଗାଁ କୁ ଚାଲ ଗାଁ କୁ ଗଢ'' ଏଭଳି ସ୍ଲୋଗାନ ନେଇ ସରକାର ଗାଁ ର ବିକାଶ ପାଇଁ ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ଅନେକ ଟଙ୍କା। ହେଲେ କଳାହାଣ୍ଡି ଓ ରାୟଗଡା ସିମାନ୍ତ ସିଲେଟଗାଁ କୁ ଦେଖିଲେ ବାରି ହୁଏ ଏଠି ନାଁକୁ କେବଳ ସରକାରୀ ଯୋଜନା । ଅଧିକ ଖବର ପଢନ୍ତୁ...

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ସିମାନ୍ତ ଗାଁ ସିଲେଟ

author img

By

Published : Nov 21, 2020, 4:23 PM IST

ଭବାନୀପାଟଣା: ପ୍ରଶାସନିକ ଦୃଷ୍ଟି ଆଢୁଆଳ ରେ ସିମାନ୍ତ ଗାଁ ସିଲେଟ । ଗାଁ କୁ ଚାଲ ଗାଁ କୁ ଗଢ ଏଭଳି ସ୍ଲୋଗାନ ନେଇ ସରକାର ଗାଁ ର ବିକାଶ ପାଇଁ ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ଅନେକ ଟଙ୍କା। ହେଲେ କଳାହାଣ୍ଡି ଓ ରାୟଗଡା ସିମାନ୍ତ ସିଲେଟଗାଁ କୁ ଦେଖିଲେ ବାରି ହୁଏ ଏଠି କେତେ କାର୍ଯକାରୀ ହୋଇଛି ସରକାରୀ ଯୋଜନା ।

ଏ ହେଉଛି ସିଲେଟ ଗାଁ । ଆଉ ଏହେଉଛି ଗାଁ କୁ ଯିବା ପାଇଁ ଥିବା କଚ୍ଚା ରାସ୍ତା । ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ଅଧୀନ ରେ ଥିବା ଏହି ଗାଁ ସବୁବେଳେ ନିର୍ଭରଶୀଳ ରାୟଗଡା ଜିଲ୍ଲା ଉପରେ । ସେ ସ୍ୱାସ୍ଥ୍ୟ,ଶିକ୍ଷା ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ ହେଉ । ସବୁଠୁ ଏବେ ଏହି ଗାଁ ପାଇଁ ରହିଛି ରାସ୍ତା ସମସ୍ୟା । ଭଲ ରାସ୍ତାଟିଏ ନଥିବାରୁ ବ୍ଲକ ମୁଖ୍ୟାଳୟ ଯିବାକୁ ହେଲେ ପ୍ରାୟ ୧୭୦ କିମି ବୁଲିକି ଯିବାକୁ ହୁଏ । ଫଳରେ ଅନେକ ହଇରାଣ ହୁଅନ୍ତି ଅଞ୍ଚଳବାସୀ ।

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ସିମାନ୍ତ ଗାଁ ସିଲେଟ

ଗାଁ ଲୋକେ ନିଜ ବ୍ଲକକୁ ଅନେକ ସମୟରେ ଯାଇପାରୁ ନଥିବା ବେଳେ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଅନେକ ହଇରାଣ ହୁଅନ୍ତି । ଏମାନେ ସମସ୍ତେ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସତ ହେଲେ ଜିଲ୍ଲା ର ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ଆଜି ବି ଅପହଁଞ୍ଚ ।

କେବଳ ଭୋଟ ବେଳେ ହିଁ ନେତାଙ୍କୁ ମନେପଡେ ଏହି ଅନୁନ୍ନତ ଗାଁ । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଗାଁ ର ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଉଛି । ଏବଂ ଏହି ରାସ୍ତାର ନିର୍ମାଣ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.