ଭବାନୀପାଟଣା: ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗି ମହାମାରୀ କୋରୋନା। ଜିଲ୍ଲାରେ ପ୍ରତ୍ୟେକ ଦିନ ୨୦୦ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ସପ୍ତାହନ୍ତ ସଟଡାଉନ ସହ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୬ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିଥିବାବେଳେ ଭବାନୀପାଟଣା ସହରରେ କିଛି ବ୍ୟବସାୟୀ ଏହି ନିୟମକୁ ଅଣଦେଖା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରତ୍ୟେକ ଦିନ ଭବାନୀପାଟଣା ପୌର ବିଭାଗ ପକ୍ଷରୁ ସନ୍ଧ୍ୟା ୫.୩୦ ରୁ ଲୋକଙ୍କୁ ଡାକବାଦୀ ଯନ୍ତ୍ର ଯୋଗେ ଦୋକାନ ବଜାର ବନ୍ଦ କରିବା ନେଇ ଘୋଷଣା କରିବା ସତ୍ୱେ କିଛି ଅମାନିଆ ଏହାକୁ ମାନୁନାହାନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୌର ବିଭାଗ । ସହରର ଷ୍ଟେଚୁ ଛକରେ ଥିବା ଲକ୍ଷ୍ମୀ ମିଠା ଦୋକାନୀ କର୍ଫ୍ୟୁ ସମୟରେ ଦୋକାନ ଖୋଲିଥିବା ନେଇ ପୌର ବିଭାଗ ଖବର ପାଇ ଦୋକାନରେ ପହଞ୍ଚି ଏହାକୁ ସିଲ କରିଛି ।
ସେହିଭଳି ସହର ଅନ୍ୟ କିଛି ଦୋକାନ ଖୋଲ ରହିଥିବାବେଳେ ତାଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିଛି ପୌର ବିଭାଗ। ଏଭଳି ଅମାନିଆଙ୍କ ପାଇଁ ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ