ETV Bharat / state

ମଦଭାଟି ବନ୍ଦ କରିବାକୁ ଏକାଠି ହେଲେ ୩୦ ମହିଳା ଗୋଷ୍ଠୀ - କଳାହାଣ୍ଡିରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଦ ବିରୋଧୀ ଅଭିଯାନ

ମଦ ବିରୋଧୀ ଅଭିଯାନ ପାଇଁ ଏକତ୍ରିତ ହେଲେ ୩୦ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା । ଗ୍ରାମରେ ମଦଭାଟି ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

women handed to demand letter over close the liqueur shop in kalahandi
ମଦଭାଟି ବନ୍ଦ କରିବାକୁ ଏକାଠି ହେଲେ ୩୦ ମହିଳା ଗୋଷ୍ଠୀ, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
author img

By

Published : May 29, 2022, 9:45 AM IST

ଭବାନୀପାଟଣା: ମଦ ବିରୋଧୀ ଅଭିଯାନ ପାଇଁ ଏକତ୍ରିତ ହେଲେ ୩୦ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା । ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଖୋଳୁଥିବା ଯୋଗୁଁ ମଦ୍ୟପଙ୍କ ଉତ୍ପାତ ସହ ଗାଁ ପରିବେଶ ଅଶାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଯାହାର ବିରୋଧ କରିବାକୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତର ମହିଳାମାନେ ଆଗେଇ ଆସିଛନ୍ତି ।

ଦିନକୁ ଦିନ ଗ୍ରାମରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଅସାମାଜିକ କାର୍ଯ୍ୟ ତଥା ପାରିବାରିକ ବିଶୃଙ୍ଖଳା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ମୂଷାପାଲି ପଞ୍ଚାୟତର ୩୦ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପଞ୍ଚାୟତରେ ଥିବା ସମସ୍ତ ଦେଶୀ ମଦ କୋଠି ବନ୍ଦ କରିବାକୁ ଏକତ୍ରିତ ହୋଇଛନ୍ତି । ମହିଳା ମାନେ ଏକ ବିଶାଳ ମଦ ବିରୋଧୀ ଶୋଭାଯାତ୍ରାରେ ବାହାରି ପଞ୍ଚାୟତର ସମସ୍ତ ଗ୍ରାମ ପରିଦର୍ଶନ କରିଛନ୍ତି ଏବଂ ପଞ୍ଚାୟତର ମୂଷାପାଲି, ଖପ୍ରାମାଲ,ଗହନାମୁଣ୍ଡାରେ ଥିବା ଦେଶୀ ମଦଭାଟି ଗୁଡିକୁ ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କୋକସରା ଥାନା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.