ETV Bharat / state

ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କଲା ପୋଲିସ - ସେକ୍ସ ରାକେଟ ଘଟଣାରେ ୩ ଗିରଫ

କଳାହାଣ୍ଡିର ରାମନଗର ପଡାରେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରୁ ସେକ୍ସ ରାକେଟ ଠାବ । ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପବଢନ୍ତୁ

sex racket busted
sex racket busted
author img

By ETV Bharat Odisha Team

Published : Sep 4, 2023, 12:42 PM IST

Updated : Sep 4, 2023, 1:04 PM IST

sex racket busted

ଭବାନୀପାଟଣା: ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ । ଖବର ପାଇବା ପରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡିର ରାମନଗର ପଡାରେ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଯୁବତୀ ଏବଂ ଜଣେ ବ୍ୟକ୍ତି ରହିଛନ୍ତି । ତେବେ ଗିରଫ ଦୁଇ ଜଣ ଯୁବତୀ ହେଲେ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବିଉଟି ସିଙ୍ଗ ଓ ଅନ୍ୟ ଜଣେ ନଦିଆ ଜିଲ୍ଲା ହାସଖାଲି ଥାନା ଅଞ୍ଚଳର ଲଷ୍ମୀ ସିଙ୍ଗ ମଣ୍ଡଳ । ସେହିପରି ଦଲାଲ ଜଣକ ନର୍ଲା ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସହରର ରାମନଗର ପଡ଼ାରେ ଥିବା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ରବୀନ୍ଦ୍ରନାଥ ଆରୁଖ ନିଜ ବାସଭବନକୁ ଗତ ୨ ବର୍ଷ ତଳେ ଜଣେ ଯୁବକଙ୍କୁ ଭଡା ଦେଇ ନିଜେ ଉପର ମହଲାରେ ରୁହୁ ଥିଲେ। ଘର ମାଲିକଙ୍କ ଜାଣତରେ ଯୁବକ ଜଣକ ସେହି ଘରେ ଗତ ଦୁଇ ବର୍ଷ ଧରି ସେକ୍ସ୍ କାରବାର ଚଳାଇ ଆସୁଥିଲେ । ସ୍ଥାନୀୟ ଲୋକେ ବାରମ୍ବାର ଏନେଇ ବିରୋଧ କରିବା ପରେ ମଧ୍ୟ ଦଲାଲ ଜଣକ ଲୋକଙ୍କ କଥାକୁ ଖାତିର ନକରି କାରବାର ଚଳାଇ ଆସୁଥିଲା। ହେଲେ ଗତକାଲି ସ୍ଥାନୀୟ ଲୋକେ ହଠାତ ସେହି ଘର ଭିତରକୁ ପଶି ବାହାର ପଟୁ ଗେଟ୍ ବନ୍ଦ କରି ପୋଲିସ୍ କୁ ଖବର ଦେଇଥିଲେ।

ଏନେଇ ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ଘର ଭିତରୁ ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସମେତ ଜଣେ ଦଲାଲକୁ ଗିରଫ କରି ଟାଉନ ଥାନାରେ ଅଟକ ରଖିଥିବା ଜଣାପଡିଛି । ତେବେ ଅନ୍ୟପଟେ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ସେକ୍ସ୍ ରାକେଟ ଘଟଣାରେ ଅନେକ ବଡବଡିଆଙ୍କ ଲିଙ୍କ ରହିଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିବା ନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁନାରାମ ହେମ୍ବରମ୍।

ଏହା ମଧ୍ୟ ପଢନ୍ତୁ- ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କଲା ପୋଲିସ

ପ୍ରକାଶ ଥାଉକି, ସେହିପରି ଗତ ମେ ମାସରେ ଢେଙ୍କାନାଳର ଆନନ୍ଦ ନଗରରୁ ସେକ୍ସ ରାକେଟ ଠାବ ହୋଇଥିଲା । ଦୀର୍ଘ ଦିନ ଧରି ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ ଦୁଇ ଦେହଜୀବୀଙ୍କ ସହିତ ୪ ଜଣ ଗ୍ରାହକଙ୍କୁ କାବୁ କରିଥିଲା । ଏଥିସହ ସେକ୍ସ୍ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ପୋଲିସ ଜବତ କରିଥିଲା । ଅପରପକ୍ଷରେ ଗିରଫ ୪ଗ୍ରାହକଙ୍କ ମଧ୍ୟରେ ୩ଜଣ ଭୁବନ ଅଞ୍ଚଳର ହୋଇଥି ବାବେକେ ଅନ୍ୟ ଜଣେ ଯୁବକ ତାଳବରକୋଟ ଗ୍ରାମର ଥିଲେ। ନିଜକୁ ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ଆନନ୍ଦ ନଗରରେ ଏକ ଘରକୁ ଭଡା ସୂତ୍ରରେ ନେଇ ସେକ୍ସ ରାକେଟ ଚଳାଉଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ରାତିରେ ଚଢ଼ାଉ କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 4, 2023, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.