ETV Bharat / state

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, ଭବାନୀପାଟଣାରେ ୧୪୪ ଧାରା - କଳାହାଣ଼଼ି ଛତର ଯାତ୍ରା

ବୁଧବାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଭବାନୀପାଟଣାରେ ୧୪୪ ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

section 144 imposed in bhawanipatna on  maa manikeswari chhatar yatra
ରାତି ପାହିଲେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଭବାନୀପାଟଣାରେ ୧୪୪ ଧାରା ବଳବତ୍ତର
author img

By

Published : Oct 12, 2021, 10:56 PM IST

ଭବାନୀପାଟଣା: ରାତି ପାହିଲେ ପାଳିତ ହେବ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଭବାନୀପାଟଣାରେ ୧୪୪ ଧାରା ଲାଗୁ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି ।

ରାତି ପାହିଲେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଭବାନୀପାଟଣାରେ ୧୪୪ ଧାରା ବଳବତ୍ତର

ଚଳିତବର୍ଷ ବିନା ଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୋରରୁ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତର ବାହାରିବ ମନ୍ଦିର ଅଭିମୁଖେ । କଟକଣା ଅନୁଯାୟୀ ଛତ୍ର ବାହକ ମୁଣ୍ଡ ଚିନା ଜେନାବାଦ୍ୟକାର ଓ ମାଁଙ୍କ ପ୍ରିୟ ବାଦ୍ୟ ଘୁମୁର ଦଳ ଯାତ୍ରାରେ ସାମିଲ ହେବ।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତ୍ର ୮ ରୁ ଆସନ୍ତା କାଲି ସନ୍ଧ୍ୟା 4 ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ବଳବର୍ତ୍ତର ଥିବା ବେଳେ ଭବାନୀପାଟଣା ସହର କୁ ପ୍ରବେଶ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।

ସେପଟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ସିଧା ପ୍ରସାରଣ ମାଧ୍ୟମରେ ଘରେ ରହି ମାଁ ଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ଦର୍ଶନ କରିବା ପାଇଁ ଜିଲ୍ଲା ପ୍ରଶାସନ ଜନ ସାଧାରଣଙ୍କୁ ଅନୁରୋଧ କରିଛି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.