ETV Bharat / state

ସେବା ନାଁରେ ଶୋଷଣ, ଡାକ୍ତରଖାନାରେ ରୋଗୀକୁ ନିସ୍ତୁକ ପିଟିଲେ ଡାକ୍ତର

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ମାଡ ମାରିଲେ ଡାକ୍ତର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

author img

By

Published : Mar 14, 2022, 12:18 PM IST

Updated : Mar 14, 2022, 4:33 PM IST

ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ, ଡାକ୍ତରଖାନାରେ ରୋଗୀକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଭବାନୀପାଟଣା: ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଲେ ଡାକ୍ତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡାକ୍ତରଙ୍କ ଉନ୍ମକ୍ତକାଣ୍ଡ, ଡାକ୍ତରଖାନାରେ ରୋଗୀକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଗତକାଲି(ରବାବାର) ଧର୍ମଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ ଜଣେ ରୋଗୀ । ତେବେ କୌଣସି ଏକ କଥାକୁ ନେଇ ଡାକ୍ତର ଶୈଳେଶ କୁମାର ଦୋରା ରାଗିଯାଇ ଚିକିତ୍ସା ପାଇଁ ଆସିଥିବା ବସ୍ତିପଡ଼ାର ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଡାକ୍ତର ବାବୁ ଜଣକ ଶାନ୍ତ ପଡ଼ିଥିଲେ । ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 14, 2022, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.