ETV Bharat / state

କଳାହାଣ୍ଡିରେ ମାତିଛନ୍ତି ଚୋର, ଉଜାଗର ରହି ଗାଁ ଜଗୁଛନ୍ତି ଲୋକେ

ବୃଦ୍ଧି ପାଉଛି କଳାହାଣ୍ଡିରେ ରାହାଜାନୀ, ଡକାୟତି ଓ ଚୋରି ଘଟଣା । କଷ୍ଟ ଅର୍ଜିତ ଧନକୁ ଚଳୁ କରିଦେଉଛନ୍ତି ଡକାୟତ । ବାରମ୍ବାର ପୋଲିସର ଦ୍ବାରସ୍ଥ ହେବା ପରେ ସୁଫଳ ନ ମିଳିବାରୁ ଆଇନକୁ ହାତକୁ ନେଲେ ଗ୍ରାମବାସୀ । ସୁରକ୍ଷା ପାଇଁ ଧାରଣା ଦେବା ସହ ହାତରେ ଧନୁତୀର, ଲାଠି ଧରି ଜଗୁଛନ୍ତି ଗାଁ ।

କଳାହାଣ୍ଡିରେ ଡକାୟତଙ୍କ ଆତଙ୍କରାଜ, ଅତିଷ୍ଟ ହୋଇ ଆଇନକୁ ହାତକୁ ନେଲେ ଲୋକେ

author img

By

Published : Aug 7, 2022, 12:46 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୨ମାସ ଧରି ରାହାଜାନୀ, ଡକାୟତି ଓ ଚୋରି ଘଟଣା ବୃଦ୍ଧି ପାଇଛି । ପୋଲିସ ଚୋରଙ୍କୁ କାବୁ କରିବାରେ ବିଫଳ ହେଉଥିବା ଯୋଗୁଁ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଶହ ଶହ ପୋଲିସ କର୍ମଚାରୀ ପଦବି ଖାଲି ଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସର ଢିଲା ପାଟ୍ରୋଲିଂ ଯୋଗୁଁ ଅସାମାଜିକ ବ୍ୟକ୍ତିଙ୍କ ପାଦୁର୍ଭାବ ବୃଦ୍ଧିପାଉଥିବା ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରେ ଡକାୟତଙ୍କ ଆତଙ୍କରାଜ, ଅତିଷ୍ଟ ହୋଇ ଆଇନକୁ ହାତକୁ ନେଲେ ଲୋକେ
ଗ୍ରାମାଞ୍ଚଳଗୁଡିକରେ ଏହା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ସେପଟେ ପୋଲିସର ନିଷ୍କ୍ରିୟତାକୁ ନେଇ ଗାଁକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଗାଁର ଯୁବଗୋଷ୍ଠୀ । ଗାଁର ଯୁବକମାନେ ହାତରେ ଲାଠି, ଧନୁତୀର ଧରି ଗାଁକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ପୋଲିସକୁ ଖବର ଦେଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ଏପରିକି ରାତି ଅଧରେ କିଛି ସନ୍ଦିଗ୍ଧଙ୍କୁ ଗ୍ରାମବାସୀମାନେ ଧରି ନିର୍ଧୁମ ଛେଚୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।

କିଛି ଦିନ ତଳେ ପଞ୍ଜିଆ ଗାଁରେ ମାରଣାସ୍ତ୍ର ଦେଖାଇ ୧୦ ଜଣ ଡକାୟତ ମୁଖାପିନ୍ଧି କିଶନ ମେହେରଙ୍କ ଘରୁ ଡକାୟତି କରିଥିଲେ । ନଗଦ ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା, ୩୪ ଭରି ରୁପା ଲୁଟି ନେଇଥିଲେ । ଆଉ ଘଟଣାକୁ ନେଇ ଗୋଲାମୁଣ୍ଡା ଥାନାରେ ଅଭିଯୋଗ ହେଇଥିଲା । କୋକସରା ଥାନା କାଉଡୋଳା ଗାଁରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗାଁର ସୁରଥ ସରାବୁଙ୍କ ଘରୁ ନଗଦ ୭୦ ହଜାର ଟଙ୍କା ସାଙ୍ଗକୁ ୭ ଭରି ସୁନା ଗହଣା ଲୁଟି ନେଇଥିଲେ ଲୁଟେରା । ସେହିପରି ମଦନପୁର ରାମପୁର ଥାନା ରାଜ୍ୟ ରାପଥ ୫୯ ନିକଟସ୍ଥ ସଡେଲ ଜଙ୍ଗଲରେ ୨ ଜଣ ବାଇକରେ ମଦନପୁର ରାମପୁର ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୩ ଜଣ ଲୁଟେରା ସେମାନଙ୍କୁ ମାଡ଼ ମାରି ୪୯ ହଜାର ଟଙ୍କା ଲୁଟି ନେଇଥିଲେ ।

ସେହିପରି ମଦନପୁର ସିଏସ୍‌ପି ଶାଖାର ଭୂପିନ୍ଦ୍ର ରଣା ମଦନପୁର ରାମପୁର ଏସ୍‌ବିଆଇରୁ ନଗଦ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବା ବେଳେ ରାମୁଡ଼ ଜଙ୍ଗଲ ନିକଟରେ ୩ ଜଣ ଡକାୟତ ପଛପଟୁ ଧକ୍କା ଦେଇ ତାଙ୍କ ଠାରୁ ୬ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ରାମୁଡ଼ ଜଙ୍ଗଲ ନିକଟରେ ବିଳମ୍ବିତ ରାତିରେ ଟ୍ରକର ଡ୍ରାଇଭରମାନଙ୍କୁ ଅଟକାଇ ତାଙ୍କ ଠାରୁ ୩୦ ହଜାର ଟଙ୍କା ଓ ୨ଟି ଟ୍ରକ ଚାବି ଛଡ଼ାଇ ନେଇଥିଲେ । ସେପଟେ ପ୍ରତ୍ୟେକ ଦିନ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ।

ପୋଲିସର ନିଷ୍କ୍ରିୟତା କାରଣରୁ ପୋଲିସ ଉପରୁ ସାଧାରଣ ଲୋକଙ୍କ ଭରସା ଉଠିଯାଉ ଥିବାବେଳେ ଲୋକେ ସ୍ଥାନେ ସ୍ଥାନେ ଆଇନକୁ ନିଜ ହାତକୁ ନେଉଥିବା ଭିଡିଓ ଭାଇରାଲ ହେଉଛି, ଯହା ଏବେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାକୁ ନେଇ ଶନିବାର ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଖମାର ହଳଦୀ ପଞ୍ଚାୟତବାସୀ ଧାରଣା ଦେଇଛନ୍ତି । ପୋଲିସ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଥିବାରୁ ଗାଁରେ ପୋଲିସ ପାଟ୍ରୋଲିଂ ଦାବିରେ ଆଜି ଗ୍ରାମବାସୀ ଗାଁ ଛକରେ ଧାରଣ ଦେଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଁରେ ସୁରକ୍ଷା ବ୍ୟବସ୍ଥା ନ କଲେ ଗ୍ରାମବାସୀ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.