ETV Bharat / state

ବଢୁଛି ଚୋରି ଡକାୟତି, ଟେର ପାଉନି ପୋଲିସ - ଗ୍ରାମଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି

ଗ୍ରାମାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଭଳି ଘଟଣା । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ସୁନା ଗହଣା । ଅଧିକ ପଢ଼ନ୍ତୁ

ବଢୁଛି ଚୋରି ଡକାୟତି,  ଟେର ପାଉନି ପୋଲିସ
ବଢୁଛି ଚୋରି ଡକାୟତି, ଟେର ପାଉନି ପୋଲିସ
author img

By

Published : Jun 23, 2022, 8:40 PM IST

ଭବାନୀପାଟଣା : ଗ୍ରାମାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଭଳି ଘଟଣା । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ସୁନା ଗହଣା । ଫଳରେ ସର୍ବସ୍ୱାନ୍ତ ହେଉଛନ୍ତି ଲୋକ । ଏଭଳି ଘଟଣା ବାରମ୍ବାର ଘଟିବା ସତ୍ତ୍ୱେ ମଧ୍ୟ ଡକାୟତି ଧରିବାରେ ଫେଲ୍ ମାରୁଛି ପୋଲିସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।

ବଢୁଛି ଚୋରି ଡକାୟତି, ଟେର ପାଉନି ପୋଲିସ

ସୂଚନା ଅନୁଯାୟୀ ଚିଚିଆ ଗାଁର ସୁରେନ୍ଦ୍ର ସରାପଙ୍କ ସ୍ତ୍ରୀ ସଞ୍ଜୁ ସରାପ ଘରେ ଏକୁଟିଆ ଥିବା ସମୟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସେପଟେ ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରେ ମଧ୍ୟ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି ପ୍ରତ୍ୟେକ ଦିନ ସହର ବିଭିନ୍ନ ସ୍ଥାନରୁ ବାଇକ ଚୋରି ସହ ଡକାୟତି ହେଉଥିବାର ଅଭିଯୋଗ ମଧ୍ୟ ହେଉଛି ହେଲେ ସୁଫଳ ପାଇ ପାରୁନାହିଁ ପୋଲିସ । ସହରର ମେଡ଼ିକାଲ ଛକ, ବସ ଷ୍ଟାଣ୍ଡ ଓ ସାପ୍ତାହିକ ହାଟ ନିକଟରେ ପ୍ରତ୍ୟେକ ଦିନ ବାଇକ ଚୋରି ହେଉଥିବା ବେଳେ ଏହାର ଟେର ପାଉନି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.