ETV Bharat / state

କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Aug 22, 2022, 1:58 PM IST

ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭବାନୀପାଟଣାରେ ଜାତୀୟ ରାଜପଥ ଅବରୋଧ । କଳାହାଣ୍ଡି ବହୁଜନ ଛାତ୍ର ସଂଗଠନ ପକ୍ଷରୁ ରାସ୍ତାରୋକ । ଅଧିକ ପଢନ୍ତୁ

କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ଜାତୀୟ ରାଜପଥ ଅବରୋଧ
କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ଜାତୀୟ ରାଜପଥ ଅବରୋଧ

ଭବାନୀପାଟଣା : କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା । ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭବାନୀପାଟଣାରେ ଜାତୀୟ ରାଜପଥ ଅବରୋଧ । କଳାହାଣ୍ଡି ବହୁଜନ ଛାତ୍ର ସଂଗଠନ ପକ୍ଷରୁ ରାସ୍ତାରୋକ । ଫଳରେ ରାସ୍ତାର ଉଭୟ ପାଶ୍ବରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।

ସୂଚନା ଅନୁସାରେ, ଗତ ଚାରି ଦିନ ତଳେ କଳାହାଣ୍ଡି ଜିଲ୍ଲା ଘୋଟିଆ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ତେବେ ଝିଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ଉଭୟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ଏହାପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ଆତ୍ମହତ୍ୟା ବୋଲି କଳାହାଣ୍ଡି ଏସପି ଟୁଇଟ୍ ଯୋଗ ସୂଚନା ଦେଇଥିଲେ । ସେପଟେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ଦାବିରେ କଳାହାଣ୍ଡି ଜିଲ୍ଲା ବହୁଜନ ଛାତ୍ର ସଂଗଠନ ପକ୍ଷରୁ ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬କୁ ଭବାନୀପାଟଣା ସହରରେ ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.