ETV Bharat / state

ଜମିଜମା ବିବାଦରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା, 3 ଗିରଫ - ଜମିଜମା ବିବାଦରୁ ହତ୍ୟାକାଣ୍ଡ

ଜମିଜମା ବିବାଦରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

retired teacher died over land dispute
ଜମିଜମା ବିବାଦରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା
author img

By

Published : Jan 28, 2023, 1:38 PM IST

ଜମିଜମା ବିବାଦରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଭବାନୀପାଟଣା: ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ରାସ୍ତା ଖଣ୍ଡକ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୁନାଗଡ ଥାନା ପୋଲିସ ।

ସୂଚନାଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡିରେ ଅପରାହ୍ନରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି । ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଅବସରପ୍ରାପ୍ତ ଶିକ୍ଷକଜଣକ ହେଲେ କାହ୍ନୁ ଚରଣ ଠାକୁର । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ସର୍ବେଶ୍ଵର ଠାକୁର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁଯାୟୀ ମୃତ କାହ୍ନୁ ଠାକୁର ନିଜ ଚାଷ ଜମିକୁ ଯିବା ଆସିବା କରିବା ପାଇଁ ସରକାରୀ ଜାଗାକୁ ରାସ୍ତା ରୂପେ ବ୍ୟବହାର କରୁଥିଲେ । ହେଲେ ସେହି ଗାଁର ମାନସ ଗୋପାଳ, ବିମଲ ଗୋପାଳ, ଅଶୋକ ଗୋପାଳ ୩ ଭାଇ ମିଶି ଉକ୍ତ ରାସ୍ତାକୁ କାଟି ଦେଇଥିଲେ। ଫଳରେ କାହ୍ନୁ ଠାକୁର ଓ ୩ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ସାମାନ୍ୟ ବଚାସା ଉଗ୍ର ରୂପ ନେଇଥିଲା । ୩ ଭାଇ କାହ୍ନୁ ଠାକୁରଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଏହା ଦେଖି ନିକଟରେ ଥିବା ଚାଷୀ ଦୌଡ଼ି ଆସୁଥିବା ଦେଖି ଘଟଣାସ୍ଥଳରୁ ଫେରାର ମାରିଥିଲେ 3 ଭାଇ ।

ଏହା ବି ପଢନ୍ତୁ...ରାଜ୍ୟର ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରେ ସ୍ଥାନୀୟ ଲୋକେ ତାଙ୍କୁ ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପୁଅ ସର୍ବେଶ୍ଵର ଠାକୁର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ମାନସ ଗୋପାଳ, ବିମଲ ଗୋପାଳ, ଅଶୋକ ଗୋପାଳଙ୍କୁ ଗିରଫ କରିଛି । ଅଧିକ ପଚରାଉଚରା ପରେ 3 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.