ETV Bharat / state

କୋକସରା ବ୍ଲକ ଅଧ୍ୟକ୍ଷା ପିସି ନେଇ କାମ କରୁଛନ୍ତି: ରେଙ୍ଗାଲପାଲି ସମିତି ସଭ୍ୟା - Koksara Block news

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍କ୍ରିନିଂ କମିଟିର ବୈଠକ ଚାଲି ଥିବାବେଳେ ରେଙ୍ଗାପାଲି ସମିତି ସଭ୍ୟା କୋକସରା ବ୍ଲକ ଅଧ୍ୟକ୍ଷାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

କୋକସରା ବ୍ଲକ ଅଧ୍ୟକ୍ଷା ପିସିନେଇ କାମ କରୁଛନ୍ତି: ରେଙ୍ଗାଲପାଲି ସମିତି ସଭ୍ୟା

author img

By

Published : Dec 23, 2020, 10:20 PM IST

ଭବାନୀପାଟଣା: ଜିଲ୍ଲା କୋକସରା ବ୍ଲକ ସ୍କ୍ରିନିଂ କମିଟିର ଏକ ଜରୁରିକାଳୀନ ବୈଠକ ଚାଲି ଥିବାବେଳେ କୋକସରା ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରେଙ୍ଗାଲପାଲି ସମିତି ସଭ୍ୟା ମାଧୁରୀ ନିଆଲ। ବ୍ଲକ ଅଧ୍ୟକ୍ଷା ପିସି ନେଇ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

କୋକସରା ବ୍ଲକ ଅଧ୍ୟକ୍ଷା ପିସିନେଇ କାମ କରୁଛନ୍ତି: ରେଙ୍ଗାଲପାଲି ସମିତି ସଭ୍ୟା

ପିସି ନେଉଥିବାରୁ ସେ କୌଣସି ଫାଇଲରେ ଦସ୍ତଖତ କରୁନାହାଁନ୍ତି ଏବଂ ସମିତି ସଭ୍ୟ/ସଭ୍ୟାଙ୍କୁ ଅଣଦେଖା କରୁଛନ୍ତି ବୋଲି ରୋକଠୋକ ଆରୋପ କରିଛନ୍ତି ସମିତି ସଭ୍ୟା ମାଧୁରୀ । ଯାହାକୁ ନେଇ ଅଧ୍ୟକ୍ଷା ଓ ସମିତି ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ବୈଠକରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ବୈଠକରେ କୋକସରା ବ୍ଲକ ବିଡ଼ିଓ ମନୀଷା ଦାସ ଉପସ୍ଥିତ ଥିବାବେଳେ ବ୍ଲକ ଉପାଧ୍ୟକ୍ଷା ଧିରାମଣି ଦାସ ବ୍ଲକ ଜିପିଓ ନାରାୟଣ ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

ମହିଳା ସମିତି ସଭ୍ୟା ଓ ଅଧ୍ୟକ୍ଷାଙ୍କ ଏହିଭଳି ଆଚରଣକୁ ନେଇ କିଛି ସମୟ ବୈଠକରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ସମିତି ସଭ୍ୟାଙ୍କ ବୈଠକ ପରିତ୍ୟାଗ ପରେ ସ୍କ୍ରିନିଂ କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.