ETV Bharat / state

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲା ବିଜେପି । ଅଧିକ ପଢନ୍ତୁ...

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ
ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ
author img

By

Published : Aug 21, 2021, 10:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳମନ୍ତ୍ରୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତ କରିଛନ୍ତି । ତାଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ବିଜେପି ନେତା ରବି ନାଏକ ଉପସ୍ଥିତ ଅଛନ୍ତି । ଜିଲ୍ଲାର ଆମପାଣି ଠାରେ ପହଞ୍ଚିବା ପରେ ରେଳମନ୍ତ୍ରୀଙ୍କୁ ବିଜେପି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛି ।

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆମପାଣିସ୍ଥିତ ବୁଢ଼ାରଜା ମନ୍ଦିର ଦର୍ଶନ କରିଛନ୍ତି । ସେଠାରୁ ସେ କୋକସରାଠାରେ ଜନ ଆଶୀର୍ବାଦ ଯାତ୍ରା କରି ମୋଟେରରେ ପହଞ୍ଚିଛନ୍ତି । ଏହାପରେ ଜୁନାଗଡ଼ ଠାରେ ଲଙ୍କେଶ୍ବରୀଙ୍କ ଦର୍ଶନ କରିବା ପରେ ରୋଡ଼ ଶୋ ସହ ବିଭିନ୍ନ ସଂଗଠନକୁ ନେଇ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି ।

ଏଥିସହ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜନ ଆଶୀର୍ବାଦ ଯାତ୍ରାରେ ଭବାନୀପାଟଣା ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ରେଳମନ୍ତ୍ରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.