କଳାହାଣ୍ଡି: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜିବାରେ ଲାଗିଛି ବିବାଦ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କେବଳ ଏତିକି ନୁହେଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପୁରୀ ଘଟଣା ପରେ ଏବେ ତେଜିବାରେ ଲାଗିଛି ରାଜନୀତି । ବିରୋଧୀ କଂଗ୍ରେସ ସୋମବାର ରାତିରେ ନବୀନ ନିବାସ ଘେରାଉ ଉଦ୍ୟମ କରିଥିବା ବେଳେ ଆଜି ବିଜେପି ମଧ୍ୟ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
ସେପଟେ ଘଟଣାରେ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ସହ 2 ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ 20 ଦିନ ମଧ୍ୟରେ ଘଟଣାର ଚାର୍ଜସିଟ ଦାଖଲ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି । ସେହିପରି ଲୋକସେବା ଭବନରେ ମୁଖ୍ୟ ଶାସନ ଓ ଗୃହ ସଚିବଙ୍କ ସହ ଆଲୋଚନା କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ