ETV Bharat / state

ଝାଞ୍ଜିର ଜନନୀ ଯନ୍ତ୍ରଣା: 14 କିମି ଭାରରେ ବୁହା ହେଲେ ଗର୍ଭବତୀ - 14 କିମି ଭାରରେ ବୁହା ହେଲେ ଗର୍ଭବତୀ

ପୁଣି ଥରେ ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଝାଞ୍ଜି ଗାଁରେ। ଅଧିକ ପଢ଼ନ୍ତୁ

ପୁଣି ଥରେ ଭାରରେ ବୁହା ହେଲେ ଗର୍ଭବତୀ
ପୁଣି ଥରେ ଭାରରେ ବୁହା ହେଲେ ଗର୍ଭବତୀ
author img

By

Published : Jul 27, 2023, 7:34 PM IST

ପୁଣି ଥରେ ଭାରରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: ପୁଣି ସାମ୍ନାକୁ ଅସିଲା ଜନନୀ ଯନ୍ତ୍ରଣା । ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଝାଞ୍ଜି ଗାଁରେ । ଗାଁକୁ ବିକାଶମୁଖି କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ ।

ଆଜିବି ଅନେକ ଗାଁକୁ ରାସ୍ତା ନଥିବାବେଳେ ନଦୀ ନାଳରେ ପୋଲ ଟିଏ ମଧ୍ୟ ନାହିଁ । ଫଳରେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ପାଲଟିଛି ଭରସା । କାରଣ ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ । ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ୨୪ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ଟିଏ ନାହିଁ । ଯେଉଁଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।

ପୁଣି ଥରେ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ଝାଞ୍ଜି ଗାଁର ରଶ୍ମିତା ମାଝିଙ୍କୁ ପ୍ରସବ ବେଦନା ହୋଇଥିଲା । ଫଳରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ମଧ୍ଯକୁ ଅସିପାରିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଭାରରେ ବୋହି ପ୍ରାୟ ୧୪ କିଲୋମିଟର ପେଡିପଦର ଛକ ପର୍ଯ୍ୟନ୍ତ ବୋହିଥିଲେ । ପରେ ସେଠାରୁ ଏକ ଅଟୋ ଯୋଗେ କଲ୍ୟାଣୀସିଂପୁର ଡାକ୍ତର ଖନାକୁ ନେଇ ରଶ୍ମିତା ଭର୍ତ୍ତି କରିଥିଲେ ପରିବାର ଲୋକେ ।

ଅଧିକ ପଢ଼ନ୍ତୁ: ରାୟଗଡାରୁ ପୁଣି ଜନନୀ ଯନ୍ତ୍ରଣା, ନଥିଲା ରାସ୍ତା ଭାରାରେ ନଈ ପାର ହେଲେ ଗର୍ଭବତୀ

ତେବେ ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ସିଲେଟ ପଞ୍ଚାୟତ ବ୍ଲକ ମୁଖ୍ୟାଳୟଠାରୁ ୭୦ କିଲୋମଟର ଦୂରରେ ଥିବା ଏହି ପଞ୍ଚାୟତ ରାୟଗଡା ଜିଲ୍ଲାର କଲ୍ୟାଣୀସିଂପୁର ଉପରେ ନିର୍ଭର କରିଥାନ୍ତି । ଗାଁକୁ ରାସ୍ତା ନଥିବା ବେଳେ ବିଭିନ୍ନ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଭାରରେ ବୋହି ଆଣିବାକୁ ପଡୁଛି । ସେପଟେ ଗାଁକୁ ରାସ୍ତା ନିର୍ମାଣ ନେଇ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.