ETV Bharat / state

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ, ୪ ଗିରଫ

author img

By

Published : Aug 18, 2021, 2:44 PM IST

କଳାହାଣ୍ଡିରୁ ଧରାପଡିଲେ ଲୁଟେରା ଗ୍ୟାଙ୍ଗ । ବ୍ୟାଙ୍କ୍ ଲୁଟ୍ ସାଙ୍ଗକୁ ଦିନ ଦ୍ବିପ୍ରହରେ ସାଧାରଣ ଲୋକଙ୍କ ଠୁ କରୁଥିଲେ ଲୁଟ୍ । ଅଧିକ ପଢନ୍ତୁ...

ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ
ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ

ଭବାନୀପାଟଣା: କଳାହାଣ୍ଡିରେ ବାଇକ ଡିକି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଧର୍ମଗଡ ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାତଲାପଲ୍ଲୀ ଅଞ୍ଚଳର ଏମ.ଗଣେଷ, ଏ.ରଞ୍ଜିତ ରାଓ, ଜେ.ଚନ୍ଦୁ ଏବଂ ବି.ଆକାଶ ।

ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ

ଅନ୍ୟଜଣ ସହଯୋଗୀ ଫେରାର ହୋଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧ ଲକ୍ଷ ୩୩ ହଜାର ଟଙ୍କା ସହ ଦୁଇଟି ବାଇକ, ମୋବାଇଲ, ଲୁଟରେ ବ୍ୟବହୃତ ସାମଗ୍ରୀ ଏଟିଏମ କାର୍ଡ, ପାନ କାର୍ଡ ଜବତ କରିଛି ପୋଲିସ । ଗତ ଶୁକ୍ରବାର ଧର୍ମଗଡ ଷ୍ଟେଟ୍ ବ୍ୟାଙ୍କରୁ ଆମଗୁଡା ଗାଁର ଉଦ୍ଦବ ସୁନାନୀ ୧ ଲକ୍ଷ ୯ ହଜାର ଟଙ୍କା ଉଠାଣ କରି ଅଟୋରେ ବସିବା ସମୟରେ ଦୁଇଜଣ ବାଇକରେ ଆସି ତାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ ।

ପରେ ସେ ଏନେଇ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଥିଲା । ଅନୁସନ୍ଧାନ ବେଳେ ଏହି ବ୍ୟକ୍ତିମାନେ ଭବାନୀପାଟଣାରେ ଏକ ଘର ଭଡା ନେଇ ରହୁଥିଲେ ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କକୁ ଯାଇ ଲୁଟ କରୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏହି ଡକାୟତ ଗ୍ୟାଙ୍ଗ କଳାହାଣ୍ଡି ସମେତ ନୂଆପଡା, ବଲାଙ୍ଗୀର, କନ୍ଧମାଳ ଏବଂ ବରଗଡ ଜିଲ୍ଲାରେ ଲୁଟ କରିଥିବା ପୋଲିସ କହିଛି । ସେହିପରି ଡକାୟତ ଦଳ ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ୧୯ ଲକ୍ଷ ୫୭ ହଜାର ଟଙ୍କା ଲୁଟ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.