ETV Bharat / state

ବିଦ୍ୟୁତ ସାମଗ୍ରୀ ଚୋରି ରାକେଟ ଠାବ, 4 ଗିରଫ

ବିଦ୍ୟୁତ ସାମଗ୍ରୀ ଚୋରି ରାକେଟ ଠାବ କଲା ଭବାନୀପାଟଣା ପୋଲିସ । ଅଧିକ ପଢନ୍ତୁ....

ବିଦ୍ୟୁତ ସାମଗ୍ରୀ ଚୋରି ରାକେଟ ଠାବ , ଚୋରି ସାମଗ୍ରୀ ସହ 4 ଗିରଫ

author img

By

Published : Feb 23, 2021, 9:49 PM IST

ଭବାନୀପାଟଣା: ବିଦ୍ୟୁତ ସାମଗ୍ରୀ ଚୋରି ରାକେଟ ଠାବ। ଭବାନୀପାଟଣା ଏଲ ଆଣ୍ଡ ଟି କନଷ୍ଟ୍ରକ୍ସନ ପାୱାର ଟ୍ରାନ୍ସମିସନ ଆଣ୍ଡ ଡ୍ରିଷ୍ଟିବ୍ୟୁସନ ଦ୍ବାରା ରଖାଯାଇଥିବା ୬ ଟି ନୂତନ ବିଦ୍ୟୁତ ପୋଲ ଚୋରି ଅଭିଯୋଗରେ କୋକସରା ପୋଲିସ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଚୋରିରେ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣ ସହିତ ୩୦ ଖଣ୍ଡ କଟା ବିଦ୍ୟୁତ ପୋଲକୁ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଉପଖଣ୍ଡ ପୋଳିସ ଅଧିକାରୀ ନରାୟଣ ନାୟକ ଓ କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିଦ୍ୟୁତ ସାମଗ୍ରୀ ଚୋରି ରାକେଟ ଠାବ , ଚୋରି ସାମଗ୍ରୀ ସହ 4 ଗିରଫ

ସୂଚନା ଅନୁସାରେ ଗତ ୧୯ ତାରିଖ ମଧ୍ୟ ରାତ୍ରିରେ ବେହେରା ଗ୍ରାମ କାର୍ଯ୍ୟକ୍ଷେତ୍ରରୁ ଏମାନେ ଚୋରି କରି ନେଇଥିଲେ । ଅପରାଧିମାନେ ଗ୍ୟାସ କଟର ବ୍ୟବହାର କରି ପୋଲଟି କୁ ୩୦ଖଣ୍ଡରେ କାଟି ଏକ ବୋଲେରୋ ଯୋଗେ ଚାଲାଣ କରୁଥିଲେ । ଏକ ବିଶ୍ବସ୍ତ ସୁତ୍ରରୁ ଖବର ପାଇ କଳାହାଣ୍ଡି ପୋଳିସ ଡ୍ରାଇଭର ସମେତ ୩ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି । ଚୋରୀରେ ବ୍ୟବହୃତ ମହେନ୍ଦ୍ରା ପିକ୍ ଅପରେ ନକଲି ନମ୍ବର (ଓଡି୧୭ଏନ୍‌୬୬୯୮) ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଏକ ମହେନ୍ଦ୍ରା ବୋଲେରୋ ପିକ୍ଅପ, ୩୯ ଶହ କେଜି ଓଜନ ବିଶିଷ୍ଟ ୩୦ ଖଣ୍ଡ କଟା ବିଦ୍ୟୁତ ପୋଲ, ଗ୍ୟାସ ସିଲିଣ୍ଡର ଏବଂ ଗ୍ୟାସ କଟର ଉପକରଣ ଜବତ କରାଯାଇଛି । ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତ ହେଲେ ବରଗଡ ଜିଲ୍ଲା ଟାଉନ ଥାନା ଘୁଲିପାଲି ଗାଁର ସବିର ଖାଁ, ସମ୍ବଲପୁର ଜିଲ୍ଲା ଭଁରେଇପାଲି ଥାନା ଲକ୍ଷ୍ମୀ ଡୁଙ୍ଗରୀପଡାର ଦେବରାଜ ମାଝୀ,ବରଗଡ ଜିଲ୍ଲା ଟାଉନ ଥାନା ଅଞ୍ଚଳର ସହିଦ ହୁସେନ ଓ ଧନେଶ ଶିକା ବୋଲି ଜଣାପଡିଛି। ୪ ଅଭିଯୁକ୍ତ ମାନଙ୍କ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.