ETV Bharat / state

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ 2କିମି ବୁହା ହେଲେ ରୋଗୀ - କଳାହାଣ୍ଡି ଗାଁକୁ ଆମ୍ବୁଲାନ୍ସ ଆସିଲାନି ୨କିମି ବୁହା ହେଲେ ରୋଗୀ

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଗଡ଼ ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁରେ । 2 କିମି ବୁହା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ରୋଗୀ । ଅଧିକ ପଢନ୍ତୁ

ଖଟିଆରେ ବୁହା ହେଲେ ରୋଗୀ
ଖଟିଆରେ ବୁହା ହେଲେ ରୋଗୀ
author img

By

Published : Aug 22, 2022, 2:47 PM IST

ଭବାନୀପାଟଣା: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ l ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହାହେଲେ ରୋଗୀ । 2 କିମି ବୁହା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ରୋଗୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଗଡ଼ ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁରେ ।

ରାସ୍ତା ନଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ

ସୂଚନା ଅନୁଯାୟୀ, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁର ଗତ କିଛି ହେଲା ଡାଇରିଆ ଆତଙ୍କ ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଗାଁର ୫ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ବେଣୁଧର ଗଉଡ଼ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ବେଣୁଧରଙ୍କ ଘର ପାଖରେ ପହଞ୍ଚି ପାରିନଥିଲା । ରାସ୍ତା ନଥିବାରୁ ଅଧା ବାଟରେ ଅଟକିଥିଲା ଆମ୍ବୁଲାନ୍ସ ।

ଭଲ ରାସ୍ତା ଓ ପୋଲ ନଥିବା ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଗାଁ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସଟି ଯାଇ ପାରି ନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଖଟିଆରେ ରୋଗୀଙ୍କୁ ୨ କିଲୋମିଟର ବୋହି ନାଳ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ବିଶ୍ବନାଥପୁର ମେଡ଼ିକାଲକୁ ନିଆଯାଇଥିଲା । ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡାଇରିଆ ନେଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଶାରଦା ମାଇନ୍ସର ୬ଟି ସ୍ଥାନରେ ଛାପା ମାରିଲା ED

ବର୍ଷା ଦିନ ଆସିଲେ ଏହି ଗ୍ରାମବାସୀ ଜଳବନ୍ଦୀ ଜୀବନ କାଟନ୍ତି । ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ନେଇ ଗ୍ରାମବାସୀ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଚିତ୍ରକୁ ଦେଖିଲେ ମନେ ହୁଏ ଆଜି ଉପାନ୍ତ ଅଞ୍ଚଳ ପାଇଁ ବାଟବଣା ହୋଇଛି ସରକାରଙ୍କ ବିକାଶ ଗାଡି ।

ତେବେ ଏ ସମସ୍ୟା ଯେ କେବଳ କଳାହାଣ୍ଡିର ନୁହେଁ ଅନେକ ଜିଲ୍ଲାରେ ଏପରି ଚିତ୍ର ସାମ୍ନାକୁ ଆସିଛି । ରାସ୍ତା ଅଭାବରୁ କେଉଁଠି ରୋଗୀଙ୍କୁ ଖଟିଆରେ କେଉଁଠି ଗର୍ଭବତୀଙ୍କୁ ସାଇକେଲରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ଆଣାଯାଇଥିବା ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ଚାଲ ଗାଁକୁ ଗଢ଼ ଏଭଳି କିଛି ସ୍ଲୋଗାନ ନେଇ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ଯୋଜନା ଯେମିତି ବାଟବଣା ହୋଇଯାଇଛି । ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଛାଶକ୍ତି ଅଭାବ ଯୋଗୁଁ ଆଜି ବି ପକ୍କା ରାସ୍ତାଟିଏ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.