ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅଭିଭାବକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଯୋଗ ଦେଇଥିବାବେଳେ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ସାମିଲ ହୋଇଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ନିଜ ନିଜ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସତ୍ୟପାଠ ଦାଖଲ କରନ୍ତୁ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ଦାବି କରିଛି ଜିଲ୍ଲା ଅଭିଭାବକ ମହାସଂଘ ।
ଗଣମାଧ୍ୟମ ଜରିଆରେ ରାଜ୍ୟର ସମସ୍ତ ଅଭିଭାବକ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ । ବର୍ତ୍ତମାନ ଗ୍ରାମଞ୍ଚଳରେ ଥିବା ହଜାର ହଜାର ସ୍କୁଲ ବନ୍ଦ ହୋଇଥିବା ବେଳେ ବହୁ ଛାତ୍ରଛାତ୍ରୀ ଡ୍ରପଆଉଟ ହେଉଛନ୍ତି । ସ୍ଥାନୀୟ ଜନପ୍ରତିନିଧିମାନେ ଚାହିଁଲେ ଏଭଳି ସ୍ଥିତି ସୁଧୁରି ପାରିବ ବୋଲି ପ୍ରକାଶ କରିଛନ୍ତି । ଏହାସହ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକରେ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅନେକ ଅଭିଭାବକମାନେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ସମସ୍ତ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପୂର୍ବରୁ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରଥମେ ସତ୍ୟପାଠ କରନ୍ତୁ ବୋଲି ସମସ୍ତଙ୍କୁ ଆହ୍ବାନ କରିଛନ୍ତି ସଂଘର କର୍ମକର୍ତ୍ତା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ