ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଡିଛି ଅସଂଖ୍ୟ ମଦ ବୋତଲ, ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ

author img

By

Published : Feb 15, 2023, 11:56 AM IST

Updated : Feb 15, 2023, 2:06 PM IST

ଜନଶୁଣାଣି ଶିବିର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ବାଦିକଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ପିଇଓଙ୍କ ଆକ୍ରମଣ
ସାମ୍ବାଦିକଙ୍କୁ ପିଇଓଙ୍କ ଆକ୍ରମଣ
ସାମ୍ବାଦିକଙ୍କୁ ପିଇଓଙ୍କ ଆକ୍ରମଣ

ଭବାନୀପାଟଣା: ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ । ପଞ୍ଚାୟତ ଅଫିସ ପରିସରରେ ଅସଂଖ୍ଯ ମଦ ବୋତଲ ପଡିଥିବାର ଦେଖି ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ମାଡ ମାରିବା ସହ ଗାଳିଗୁଲଜ କଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବିରାଡେଙ୍ଗା ପଞ୍ଚାୟତ ପିଇଓ ସତୀଶ ରଥ ଜଣେ ଦୈନିକ ଖବରକାଗଜ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ସାମ୍ବାଦିକ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବରାଡୋଙ୍ଗାରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଶିବିର ଆୟୋଜନ ହୋଇଥିଲା । ଏହି ଜନଶୁଣାଣି ଶିବିରରେ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଖବର ସଂଗ୍ରହ କରିବାକୁ ଦୈନିକ ଖବର କାଗଜର ଲଡୁଗାଁ ପ୍ରତିନିଧି କିଶନ କୁମାର ପଟ୍ଟନାୟକ ସେଠାକୁ ଯାଇଥିଲେ । ସରପଞ୍ଚ ନିରୁପମା ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜନଶୁଣାଣିରେ କୋକସରା ଜିପିଇଓ ନାରାୟଣ ଭୋଇଙ୍କ ସମେତ ବ୍ଲକ, ପଞ୍ଚାୟତ ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଯୋଗ ଦେଇଥିଲେ । ଆବାସ ଘର, ଭତ୍ତା, ପିଡ଼ିଏସ ଆଦି ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତର ଲୋକେ ଏହି ଜନଶୁଣାଣିକୁ ଆସିଥିଲେ ।

ଜନ ଶୁଣାଣି ସରିବା ପରେ କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ଯିବାରୁ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପାଇଁ କିଶନ ଅପେକ୍ଷା କରିଥିଲେ । ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଏକାଧିକ ମଦ ବୋତଲ ପଡିଥିବାର ତାଙ୍କ ନଜରକୁ ଆସିଥିଲା । ଏ ସମ୍ପକରେ ଉକ୍ତ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତୀଶ ରଥଙ୍କୁ ପଚାରିବାରୁ ସେ ଚିହିକି ଉଠିଥିଲେ । ସେ ଜବାବ ଦେବା ବଦଳରେ ଓଲଟା ଉତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।

ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏହି ପୁରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ପିଇଓ ଆକ୍ରମଣ କରିବା ସମୟରେ ସେ ନିଜେ ନିଶାସକ୍ତ ଥିବାର ଭିଡିଓରୁ ଅନୁମାନ କରାଯାଇଛି । ଏନେଇ ସାମ୍ବାଦିକ କିଶନ ପଟ୍ଟନାୟକ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ପିଇଓ ଫେରାର ଥିବା ଆମପାଣି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏପରି ଭାବେ ସରକାରୀ କର୍ମଚାରୀଙ୍କ ଆକ୍ରମଣ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Feb 15, 2023, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.