ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ମଧ୍ୟ ସାମିଲ ହୋଇଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ । ଜିଲ୍ଲାରେ ବହୁ କୋରୋନା ରୋଗୀ ବର୍ତ୍ତମାନ ମଧ୍ୟ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।
ତେବେ ଏହିଭଳି ପରିସ୍ଥିତିରେ କୋରୋନା ରୋଗୀ କିଭଳି ଭାବରେ ଅକ୍ସିଜେନ ଅଭାବରୁ ଅସୁବିଧାରେ ନ ପଡନ୍ତି ସେ ଉପରେ ପ୍ରୟାସ ଆରମ୍ଭ କରିଛି ଧର୍ମଗଡ ମାରୱାଡ଼ି ଯୁବା ମଞ୍ଚ । ଯୁବା ମଞ୍ଚ ପକ୍ଷରୁ ବର୍ତ୍ତମାନ ଗୋଟିଏ ମିନି ଅକ୍ସିଜେନ ବ୍ୟାଙ୍କ ଖୋଲା ଯାଇଛି ।
ସେଠାରେ ଏକ ଅଟୋମ୍ୟାଟିକ ଅକ୍ସିଜେନ ମେସିନ ରହିଥିବାବେଳେ ପର୍ଯ୍ୟାପ୍ତ ପରିମାଣରେ ମଧ୍ୟ ମହଜୁଦ ରହିଛି । ଏବଂ ଯାହାର ନିହାତି ଅକ୍ସିଜେନର ଆବଶ୍ୟକତା ରହିଛି, ସେଭଳି କ୍ଷେତ୍ରରେ ମାଗଣାରେ ନିଃସ୍ୱାର୍ଥପର ଭାବରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଉଛନ୍ତି ଯୁବା ମଞ୍ଚର କର୍ମକର୍ତ୍ତା । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ