ETV Bharat / state

ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ - accident in kalahandi

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଦ ଦୁର୍ଘଟଣାରେ ଜଣେ ମୃତ । କ୍ଷତି ପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ..

ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ ରାସ୍ତାରୋକ
ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ
author img

By

Published : Jul 21, 2021, 8:46 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଦ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଲା ପରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା । ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଜଣେ ଗୁରୁତର ହୋଇ ଚିକିତ୍ସାଧୀନଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଦ ତଳ ଜରିଙ୍ଗ ଗାଁର ତପ ପୁଟେଲ।

ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ତପ ପୁଟେଲ ଓ ତାଙ୍କ ଜଣେ ବନ୍ଧୁ ଜୁନାଗଡ଼ରୁ ନିଜଗାଁ ତଳଜାରିଙ୍ଗକୁ ଯାଉଥିବା ସମୟରେ ମେରିଆବନ୍ଦ ନିକଟରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତପ ପୁଟେଲଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ସେପଟେ କ୍ଷତି ପୂରଣ ଦାବିରେ ପରିବାର ବର୍ଗ ଓ ଗ୍ରାମବାସୀ ମୃତଦେହ ରଖି ବରଗଡ଼ ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ଜାରିଙ୍ଗ ନିକଟରେ ଅବରୋଧ କରିଥିବା ଜଣାପଡ଼ିଛି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଛି । ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.