ETV Bharat / state

ଚିଙ୍ଗଡି଼ପାସ ଗାଁରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

author img

By

Published : Jul 11, 2022, 3:37 PM IST

Updated : Jul 11, 2022, 4:04 PM IST

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଚିଙ୍ଗଡି଼ପାସ ଗାଁରେ ଝାଡାବାନ୍ତି ଆତଙ୍କ । ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର । ଅଧିକ ପଢନ୍ତୁ

ଚିଙ୍ଗଡିପାସ ଗାଁରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ଭବାନୀପାଟଣା: ବାହାଘର ଭୋଜି ଖାଇବା ହେଲା କାଳ । ଭୋଜି ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଚିଙ୍ଗଡି଼ପାସ ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ଶ୍ରୀପତି ମାଝୀ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚିଙ୍ଗଡି଼ପାସ ଗାଁରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ଚିଙ୍ଗଡି଼ପାସ ଗାଁର ଶ୍ରୀପତି ମାଝୀ ଓ କିଛି ଲୋକ ଗତ କିଛିଦିନ ତଳେ ରାୟଗଡାର କାଶୀପୁର ଅଞ୍ଚଳକୁ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀପତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ଜୁଲାଇ ୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ଚିଙ୍ଗଡିପାସ ଗାଁରେ ଝାଡାବାନ୍ତି ବ୍ୟାପିଥିବା ଖବର ପାଇ ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସା ଆରମ୍ଭ କରିଛି । ତା ସହିତ ଘରେଘରେ ପହଞ୍ଚି ଔଷଧ ବଣ୍ଟନ କରିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jul 11, 2022, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.