ETV Bharat / state

ମିଳିଲାନି ବସ୍: ଥକ୍କା ମାରିବାବେଳେ ପୋଲରୁ ଖସି ବୃଦ୍ଧ ମୃତ

author img

By

Published : May 12, 2022, 8:02 PM IST

ମୃତ୍ୟୁ ଏମିତି ବି ଆସେ । ପୋଲ ଉପରେ ବସି ଥକ୍କା ମାରୁଥିବାବେଳେ ଖସି ପଡିଲେ ପୋଲ ତଳକୁ । ଅଧିକ ପଢ଼ନ୍ତୁ

ପୋଲରୁ  ଖସି ବୃଦ୍ଧଙ୍କ ମୃତ୍ୟ
ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ ଛତରଙ୍ଗ ଗାଁର ଭଗ ମାଝୀ ଆଜି ସକାଳୁ ବସ୍ ଯୋଗେ କାଣିଗୁମା ଗାଁର ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ କାମ ସାରି ଭଗ ନିଜ ଘରକୁ ଫେରିବାକୁ ବାହାରି ଥିଲେ । ହେଲେ ସେତିକି ବେଳକୁ ବସ ପାଇନଥିଲେ । ପରେ ନିଜ ଗାଁକୁ ଚାଲି ଚାଲି ଯିବା ସମୟରେ ଅମଠାଗୁଡା ଗାଁ ନିକଟରେ ହାଲିଆ ହୋଇ ରାସ୍ତା କଡରେ ଥିବା ପୋଲ ଉପରେ ବସିଥିଲେ ।

ତେବେ ଅସାବଧାନତା ଯୋଗୁଁ ସେ ପୋଲ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିବାରକୁ ଖବର ଦେଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ ।

କଳାହାଣ୍ଡିରୁ ଅଜିତ କୁମାର ସିିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.