ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ, ପୁଅ ଗୁରୁତର

କଳାହାଣ୍ଡି ଭବାନୀପାଟଣା ସହର ଅନ୍ତର୍ଗତ ଟିଭି ସେଣ୍ଟରପଡ଼ାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Jun 6, 2021, 6:17 AM IST

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ
ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣା ସହର ଅନ୍ତର୍ଗତ ଟିଭି ସେଣ୍ଟର ପଡ଼ାରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା। ବୃଦ୍ଧ ଜଣକ ଗାଧୋଇ ସାରି ଓଦା ଲୁଗା ରଖିବାକୁ ଯାଉଥିବା ସମୟରେ ଘର ପଛପଟେ ଥିବା ବିଧ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ବୃଦ୍ଧଙ୍କ ପୁଅ ବାପାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପରେ କୌଣସି ମତେ ପଡୋଶୀ ଉଭୟ ବାପା ଓ ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଲକ୍ଷ୍ମୀକାନ୍ତ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଅ ନିରଞ୍ଜନ ଦାସ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବରପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଏକ ମାମଲା ରୁଜ୍ଜ କରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.