ETV Bharat / state

ଦେଶ ଚାଖିବ କଳାହାଣ୍ଡି ଆମ୍ବ, ଦିଲ୍ଲୀ ଗଲା 10ଟି କିସମ

author img

By

Published : Jun 23, 2023, 7:07 AM IST

ଓରମାସ୍ ସଂସ୍ଥାର ଉଦ୍ୟମକ୍ରମେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛି କଳାହାଣ୍ଡିର ସ୍ଵାଦିଷ୍ଟ ଆମ୍ବ । ଏବେ କଳାହାଣ୍ଡିର ସ୍ୱାଦିଷ୍ଟ ଆମ୍ବକୁ ଚାଖିବ ସାରା ଦେଶ । ଯାହା କଳାହାଣ୍ଡି ପାଇଁ ଏକ ଗର୍ବର ବିଷୟ ।

ଦିଲ୍ଲୀ ଗଲା କଳାହାଣ୍ଡି ଆମ୍ବ
ଦିଲ୍ଲୀ ଗଲା କଳାହାଣ୍ଡି ଆମ୍ବ

ଦିଲ୍ଲୀ ଗଲା କଳାହାଣ୍ଡି ଆମ୍ବ

ଭବାନୀପାଟଣା: ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛି କଳାହାଣ୍ଡିର ସ୍ଵାଦିଷ୍ଟ ଆମ୍ବ । ଓରମାସ୍ ସଂସ୍ଥାର ଉଦ୍ୟମକ୍ରମେ ଏହି ଆମ୍ବ ଟିଟିଲାଗଡ଼ ଷ୍ଟେସନରୁ ଦିଲ୍ଲୀ ଯାଇଥିଲା । ଆମ୍ବ ପ୍ୟାକେଟ୍ ଗୁଡିକରେ ଓଡିଶା ଆମ୍ବ ଲେଖାଯାଇଥିବା ଷ୍ଟିକରିଂ କରାଯାଇଛି । ଦିଲ୍ଲୀର ମଦର୍ ଡାଇରୀ ସହିତ ଯୋଗଯୋଗ କରି ଆମ୍ବ ପଠାଯାଇଥିଲା । କଳାହାଣ୍ଡିର ଏହି ସ୍ୱାଦିଷ୍ଟ ଆମ୍ବର ଦିଲ୍ଲୀରେ ଚାହିଦା ବଢୁଥିବା କାରଣରୁ ପୁନର୍ବାର ଅଧିକରୁ ଅଧିକ ଆମ୍ବ ଦିଲ୍ଲୀ ପଠାଯିବ ବୋଲି ଜଣାପଡିଛି । କଳାହାଣ୍ଡି ଫୁଡ୍ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଏହି ଆମ୍ବ ବିକ୍ରିର ଦାୟିତ୍ଵ ବହନ କରିଛି । ପ୍ରଥମ ଥର ପାଇଁ ଆମରପଲି, ଲେଗଡା, ମଲ୍ଲିକା, ଜାହାଙ୍ଗିର, ଗୁଲବଖସ,ବାଇଗଣପଲ୍ଲୀ, କଳାପାହାଡ଼, ଭଳି ପ୍ରାୟ ୧୦ଟି କିସମର ଆମ୍ବ ପଠାଯାଇଛି ।

ତେବେ ଓରମାସ ପକ୍ଷରୁ ଜିଲ୍ଲାର ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା, ଥୁଆମୂଳ ରାମପୁର ବ୍ଲକର ଅଞ୍ଚଳ ବିଭିନ୍ନ ଚାଷୀଙ୍କ ସହ ଯୋଗଯୋଗ କରି ପ୍ରାୟ ୩୦୦ ଟନ ଆମ୍ବ ପଠାଯାଇଛି। ଏଥର କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫ ହଜାର ଟନରୁ ଊର୍ଦ୍ଧ୍ୱ ଆମ୍ବ ହୋଇଥିବା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ରମାଗତ ଭାବେ ଭବାନୀପାଟଣା ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ଦୈନିକ ୧ ଟନରୁ ଅଧିକ ଆମ୍ବ ବିକ୍ରି ବଟା ଚାଲିଛି । କିନ୍ତୁ ଏଥର ପ୍ରଚୁର ପରିମାଣରେ ଆମ୍ବ ହୋଇଥିବା ଯୋଗୁଁ ଆମ୍ବ ଉତ୍ପାଦନକାରୀ ଆଶାନୁରୂପ ଭାବେ ଅର୍ଥ ରୋଜଗାର କରିବାରେ ସଫଳ ହୋଇପାରିନାହାନ୍ତି । ଚଳିତ ବର୍ଷ ଓରମାସ ପକ୍ଷରୁ ଆମ୍ବଚାଷୀମାନଙ୍କୁ ଆମ୍ବସଢ଼ା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି।

ପରବର୍ତ୍ତୀ ସମୟରେ କଳାହାଣ୍ଡି ଫୁଡ୍ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଏହି ଆମ୍ବ ସଢ଼ାର ବିକ୍ରି ଦାୟିତ୍ଵ ନେବ ବୋଲି ଜଣାପଡିଛି । ଅନ୍ୟାନ୍ୟ ବର୍ଷ ତୁଳନାରେ ପ୍ରଚୁର ପରିମାଣର ଆମ୍ବ ଯୋଗୁଁ ଚାଷୀ ଶାଗ ମାଛ ଦରରେ ବିହାର, ରାଞ୍ଚି, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଭୁବନେଶ୍ବରକୁ ଟ୍ରକ ଟ୍ରକ୍ ଆମ୍ବ ପଠାଇଥିବା ଜଣାପଡିଛି । ଭବାନୀପାଟଣା ସଦର ବ୍ଲକ ସମେତ ଜିଲ୍ଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, କୋକସରା, ଜୟପାଟଣା, ନର୍ଲା, ଧର୍ମଗଡ଼, କଲମପୁର, ଜୁନାଗଡ଼, କେସିଙ୍ଗା, ଭବାନୀପାଟଣା, କର୍ଲାମୁଣ୍ଡା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ଆଦି ଅଞ୍ଚଳରେ ୧୨ ହଜାର ହେକ୍ଟରରେ ଆମ୍ବ ଗଛ ରହିଛି । ତେବେ ୩ ହଜାର ଚାଷୀଙ୍କ ୧୧ ହଜାର ହେକ୍ଟର ଜାଗାରେ ଏଥର ଆମ୍ବ ଫଳିଛି ।

ତେବେ ୪୦ ରୁ ୫୦ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଏହି ଅଞ୍ଚଳ ଗୁଡିକରେ ବାଇଗଣପଲ୍ଲୀ, ନିଲମ୍, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲଙ୍ଗଡା, ଦଶେରୀ, ଆମ୍ରପଲୀ, ମଲିକା, ଅର୍କକିରଣ, ରତ୍ନା, ଅର୍କପୁନିତା ସହ ବିଭିନ୍ନ ଦେଶୀ ପ୍ରଜାତିର ଆମ୍ବ ଉତ୍ପାଦିତ ହେଇଥାଏ। ଏସବୁ ଆମ୍ବର ସ୍ବାଦ ନିଆରାଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରେ ଏହାର ଯଥେଷ୍ଟ ଚାହିଦା ବଢୁଛି। ଏହି ଆମ୍ବ ଋତୁରେ ହେକ୍ଟର ପିଛା ୫ ଟନରୁ ଅଧିକ ଆମ୍ବ ଫଳୁଥିବା ଦେଖିବାକୁ ମିଳିଛି। ଆମ୍ବର ବ୍ୟାପକ ଉତ୍ପାଦନକୁ ଦେଖି ଏକ ଆମ୍ବ ପସରା ଷ୍ଟଲ ମାଧ୍ୟମରେ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଆମ୍ବ ବିକ୍ରି କରିପାରିଛି ଓରମାସ। ପ୍ରଶାସନର ଏଭଳି ପଦକ୍ଷେପକୁ ଚାଷୀଙ୍କ ମହଲରେ ସ୍ୱାଗତ କରାଯାଇଥିବାବେଳେ ଏବେ କଳାହାଣ୍ଡିର ସ୍ୱାଦିଷ୍ଟ ଆମ୍ବକୁ ଚାଖିବ ସାରା ଦେଶ। ଯାହା କଳାହାଣ୍ଡି ପାଇଁ ଏକ ଗର୍ବର ବିଷୟ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.