ETV Bharat / state

ପଣ୍ଡିଗାଁ ଘାଟରେ ପୋଲ କେବେ ? - ତେଲନଦୀ

ଆଜିବି ଅପହଞ୍ଚ ମୌଳିକ ସୁବିଧା । ପୋଲ ନଥିବାରୁ ନିଜ ଜୀବନକୁ ବାଜି ଲଗାଇ ଦେଶୀ ଡ଼ଙ୍ଗାରେ ଯିବା ଆସିବା କରୁଛନ୍ତି ଲୋକେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

ପଣ୍ଡିଗାଁ ଘାଟରେ ପୋଲ କେବେ ?
ପଣ୍ଡିଗାଁ ଘାଟରେ ପୋଲ କେବେ ?
author img

By

Published : Aug 28, 2021, 9:46 AM IST

ଭବାନୀପାଟଣା: ଆଜିବି ଅପହଞ୍ଚ ମୌଳିକ ସୁବିଧା । ପୋଲ ନଥିବାରୁ ନିଜ ଜୀବନକୁ ବାଜି ଲଗାଇ ଦେଶୀ ଡ଼ଙ୍ଗାରେ ଯିବା ଆସିବା କରୁଛନ୍ତି ଲୋକେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଳାହାଣ୍ଡି ଜିଲ୍ଲାର ପଣ୍ଡିଗାଁ ତେଲନଦୀରେ ପୋଲଟିଏ ନଥିବାରୁ ନଦୀ ସେପାରି ଖର୍ଶାଲ,କାନ୍ଦୁଲଝର, ଅର୍ତ୍ତଳ,କନ୍ଧାଖାଲ ଭଳି ପ୍ରାୟ ୫ଖଣ୍ଡ ଗାଁର ଲୋକେ ବହୁ ଅସୁବିଧାରେ ସମ୍ମଖିନ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ ସବୁବେଳେ ଏ ଅଞ୍ଚଳବାସୀ ନିର୍ଭରଶୀଳ ବ୍ଲକ ମୁଖ୍ୟାଳୟ ଉପରେ ନିର୍ଭର କରିଥାନ୍ତି ।

ପଣ୍ଡିଗାଁ ଘାଟରେ ପୋଲ କେବେ ?

ପୋଲଟିଏ ନିର୍ମାଣ ନହେବାରୁ ଅନେକ ହଇରାଣ ହୁଅନ୍ତି ଅଞ୍ଚଳବାସୀ । ଗାଁ ଠାରୁ ବ୍ଲକ ମୁଖ୍ୟାଳୟ ଭବାନୀପାଟଣାର ଦୂରତା ପ୍ରାୟ ୨୫ କିଲୋମିଟର । ବ୍ଲକ ମୁଖ୍ୟାଳୟକୁ ଆସିବାକୁ ହେଲେ ତେଲ ନଦୀ ପାର ହେବାକୁ ପଡେ । ବର୍ଷା ଦିନ ଆସିଲେ ଅଞ୍ଚଳବାସୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଥାଏ । କାହିଁକିନା ଏମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି । ସରକାର ଅପହଞ୍ଚ ଇଲାକାରେ ରାସ୍ତା ନିର୍ମାଣ ସହ ଆବଶ୍ୟକସ୍ଥଳେ ବିଜୁ ସେତୁ ମାନ ନିର୍ମାଣ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସବୁ ନେଉଛନ୍ତି । ହେଲେ ଶାସନ କଳର ଦୂରଦୃଷ୍ଟି ଅଭାବରୁ ଆଜିଯାଏଁ ବିକାଶର ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ରହିଯାଇଛି ଏଇ ୫ ଖଣ୍ଡ ଗାଁ । ହେଲେ ଏବେ ବି ଲୋକଙ୍କ ମନରେ ଆଶା ନିଶ୍ଚୟ ଶୁଣିବେ ମୋ ସରକାର !

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.