ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ଆସିଛନ୍ତି କେନ୍ଦ୍ର ନୀତି ଆୟୋଗ ପ୍ରଭାରୀ । ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ କେନ୍ଦ୍ର ନୀତି ଆୟୋଗ ପ୍ରଭାରୀ ସଞ୍ଜୀବ ମିଶ୍ର । ଦିନିକିଆ ଜିଲ୍ଲା ଗସ୍ତରେ ଆସି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରିଛନ୍ତି । ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଲାଞ୍ଜିଗଡ଼ ମେଡ଼ିକାଲ ଗସ୍ତ କରି ସେଠାରେ ରୋଗୀଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ବେଦାନ୍ତ ସିଏସଆର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବା ସହ ସିଏସଆର ଅନୁଦାନର ସମୀକ୍ଷା କରିଥିଲେ । ନୀତି ଆୟୋଗ ପ୍ରଭାରୀଙ୍କ ଏହି ଗସ୍ତରେ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ସହ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା । ଏହାସହ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ ନିରୀକ୍ଷଣ କରିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ଵାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମ ଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ବସନା ଦେଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ନୀତିଆୟୋଗ ପ୍ରଭାରୀଙ୍କ ଏହି ଦିନିକିଆ ଓଡିଶା ଗସ୍ତକୁ ନେଇ ଅନେକ ସୂଚନା ଇଙ୍ଗିତ କରୁଛି ।
ଇଟିଭି ଭାରତ, କଳାହାଣ୍ଡି