ETV Bharat / state

କଳାହାଣ୍ଡିରେ ପୁଣି ୧୩ ନୂଆ ଆକ୍ରାନ୍ତ

author img

By

Published : Nov 27, 2020, 9:55 PM IST

କଳାହାଣ୍ଡି ଜିଲ୍ଲାରେ ବଢୁଛି ସଂକ୍ରମଣ । ଜିଲ୍ଲାରୁ ନୂଆ 13 ପଜିଟିଭ ଚହ୍ନଟ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ପୁଣି ୧୩ ନୂଆ ଆକ୍ରାନ୍ତ
କଳାହାଣ୍ଡିରେ ପୁଣି ୧୩ ନୂଆ ଆକ୍ରାନ୍ତ

ଭବାନୀପାଟଣା: କଳାହାଣ୍ଡିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି(ଶୁକ୍ରବାର) ଜିଲ୍ଲାରୁ ପୁଣି ନୂଆ 13 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏଠାରେ କ୍ବାରେଣ୍ଟାଇନ ଅପେକ୍ଷା ଲୋକାଲ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରାଶାସନ ପାଇଁ ଏହା ଚିନ୍ତାର କାରଣ ପାଲିଟିଛି । ବର୍ଦ୍ଧିତ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସାଧାରଣ ଲୋକେ ଆତଙ୍କିତ ଅଛନ୍ତି । ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର ପାର କରିଛି ।

କଳାହାଣ୍ଡିରେ ପୁଣି ୧୩ ନୂଆ ଆକ୍ରାନ୍ତ

ପ୍ରଶାସନର ସୂଚନା ମୁତାବକ, ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ହଜାର 146 ଜଣ ସୁସ୍ଥ ହୋଇଛନ୍ତି ଓ 2 ହଜାର 934 ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.