ETV Bharat / state

ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ: ପ୍ରଦର୍ଶିତ ହେବ ରାଜ୍ୟ ବାହାରର ପାରମ୍ପରିକ ନାଟକ - କଳାହାଣ୍ଡି ଲେଖକ କଳା ପରିଷଦ

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ (National Theatre festival in Kalahandi) । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ
ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ
author img

By

Published : Dec 26, 2021, 9:33 PM IST

Updated : Dec 27, 2021, 9:22 AM IST

ଭବାନୀପାଟଣା: ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ (National Theatre festival in Kalahandi)। କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ପ୍ରଦର୍ଶିତ ହେବ।

ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ

ପ୍ରଥମ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ନାଟକ ଅକ୍ସିଜେନ। ଟଙ୍କା ମଣିଷକୁ ଅକ୍ସିଜେନ୍ ଦେଇ ପାରେନା। ମଣିଷର ଆତ୍ମା ଭିତରେ ଘର କରିସାରିଥିବା ମର ମରୀଚିକାର ଏକ ମାତ୍ର ସମାଧାନ ମାନସିକତାର ପରିବର୍ତ୍ତନ, ସବୁଜିମାର ସୃଷ୍ଟି ଓ ସଂଯୋଜନା ସଂରକ୍ଷଣ। ଏହି ଥିମ୍ ଉପରେ ନାଟକ ଅକ୍ସିଜେନ୍ ମଞ୍ଚସ୍ଥ ହୋଇଥିଲା। ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ନିମନ୍ତେ ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ କଳାହାଣ୍ଡି ଲେଖକ କଳା ପରିଷଦରେ ଜାତୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଛି।

ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା ଯୋଗ ଦେଇ ଜାତୀୟ ନାଟକ ମହୋତ୍ସବକୁ ଉଦଘାଟନ କରିବା ସହ ମଞ୍ଚସ୍ତ ନାଟକକୁ ଉପଭୋଗ କରିଥିଲେ। ୪ ଦିନ ଧରି ଚାଲିବାକୁ ଥିବା ଏହି ଜାତୟ ନାଟକ ମହୋତ୍ସବରେ କୋଲକାତା,ଭୁବନେଶ୍ବର, ଭୋପାଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନାଟକ ସଂସ୍ଥା ଏହି ଜାତୀୟ ନାଟକ ମହୋତ୍ସବରେ ନିଜର ନାଟକ ମଞ୍ଚସ୍ତ କରିବେ। ତେବେ ସଙ୍କୋଚିତ ହେଉଥିବା ଏହି ମଞ୍ଚ ନାଟକ କଳାକୁ ଉଜ୍ଜୀବିତ କରିବା ଦିଗରେ ସ୍ମାରକୀ ନାଟ୍ୟ ସଂସ୍ଥା ପ୍ରୟାସ ବେଶ ସ୍ବାଗତ ଯୋଗ୍ୟ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Dec 27, 2021, 9:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.