ଭବାନୀପାଟଣା: ଜିଲ୍ଲା ଡେପୁଟି ରେଞ୍ଜରଙ୍କ ଉପରେ ଚଢାଉ(Vigilance Raid In Kalahandi) । ଜବତ ହେଲା ଦେଢ ଲକ୍ଷ ଟଙ୍କା । ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଚଢାଉ କରିଥିବା କଳାହାଣ୍ଡି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ଡେପୁଟି ରେଞ୍ଜର ନୃତ୍ୟରାଜ ମାଝୀ ବାଇକରେ ଦେଢ଼ ଲକ୍ଷ ଟଙ୍କା ନେଇ ଯାଉଥିବା ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିବା ଭିଜିଲାନ୍ସ । ତାରିଣୀ ମନ୍ଦିର ଦେଇ ଯାଉଥିବା ସମୟରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଅଟକାଇ ଯାଞ୍ଚ କରିଥିଲେ । ଏଥିସହ ତାଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା ଜବତ କରିଛନ୍ତି । ଭିଜିଲାନ୍ସ ବିଭାଗ DSPଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ନୃତ୍ୟରାଜ ମାଝୀଙ୍କୁ ଭିଜିଲାନ୍ସ ଅଫିସର ପଚରାଉଚରା କରାଯାଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ