ଭବାନୀପାଟଣା: ସ୍କୁଲକୁ ଯାଇ ଘରକୁ ଫେରିନଥିଲେ ଦଶମଶ୍ରେଣୀ ଛାତ୍ରୀ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇନଥିଲେ । ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ପରିବାର ଲୋକଙ୍କ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଘୋଟିଆ ଗାଁ ରାସ୍ତାରେ ମୃତଦେହ ରଖି ଜିଲ୍ଲା ଯୁବ କଂଗ୍ରେସ ଓ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ।
ସୂଚନା ଅନୁସାରେ, ଘୋଟିଆ ଗାଁର ଜଣେ ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ଉଭୟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଜିଲ୍ଲା ଯୁବ କଂଗ୍ରେସ ଓ ଗ୍ରାମବାସୀ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଘୋଟିଆ ଗାଁ ଛକରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିଥିବା ନେଇ ସୂଚନା ରହିଛି ।
ଇଟିଭି ଭାରତ, କଳାହାଣ୍ଡି