ETV Bharat / state

ଯାଜପୁରରୁ ଉଦ୍ଧାର ହେଲା ବନ୍ଧକ ନାବାଳିକା, ଜଣେ ଗିରଫ - ଯାଜପୁରରୁ ଉଦ୍ଧାର ହେଲା ବନ୍ଧକ ପଡିଥିବା ନାବାଳିକା

ଚାକିରୀର ପ୍ରଲୋଭନ ଦେଖାଇ ବନ୍ଧକ ରଖିଥିବା ଆଦିବାସୀ ନାବାଳିକା ଉଦ୍ଧାର । ଉକ୍ତ ନାବାଳିକାକୁ ଯାଜପୁରରୁ ଉଦ୍ଧାର କଲା କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ

ଯାଜପୁରରୁ ଉଦ୍ଧାର ହେଲା ବନ୍ଧକ ନାବାଳିକା
ଯାଜପୁରରୁ ଉଦ୍ଧାର ହେଲା ବନ୍ଧକ ନାବାଳିକା
author img

By

Published : Apr 18, 2022, 12:40 PM IST

ଭବାନୀପାଟଣା: ଚାକିରୀର ପ୍ରଲୋଭନ ଦେଖାଇ ବନ୍ଧକ ରଖିଥିବା ଆଦିବାସୀ ନାବାଳିକା ଉଦ୍ଧାର । ଉକ୍ତ ନାବାଳିକାକୁ ଯାଜପୁରରୁ ଉଦ୍ଧାର କଲା କଳାହାଣ୍ଡି ପୋଲିସ । ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜଗମୋହନ ଗାଁର ଗୋବିନ୍ଦ ଚନ୍ଦ୍ର ସାହୁକୁ ଗିରଫ କରିଛି ପୋଲିସ ।

ସୂଚନାଅନୁସାରେ, ଆଦିବାସୀ ନାବାଳିକାକୁ ଚାକିରୀର ପ୍ରଲୋଭନ ଦେଖାଇ ଯାଜପୁରରେ ବନ୍ଧକ ରଖିଥିଲେ ଜଣେ ଯୁବତୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ ଏହାକୁ ନେଇ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଅଭିଯୋଗ ପରେ ପୋଲିସ ସଙ୍ଗେସଙ୍ଗେ ପଦକ୍ଷେପ ଗ୍ରହଣ କରିଥିଲା । ଏସ୍‌ଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ୍ ଯାଜପୁରକୁ ଯାଇ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢନ୍ତୁ: ଚାକିରୀ ଆଶାରେ ଯାଇ ବନ୍ଧକ ପଡ଼ିଲା ନାବାଳିକା !

ତେବେ ଏହି ଘଟଣାରେ ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗାଁର ଗୋବିନ୍ଦ ଚନ୍ଦ୍ର ସାହୁକୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.