ETV Bharat / state

ପ୍ରେମୀ ଯୁଗଳ ମୃତଦେହ ଉଦ୍ଧାର, ହତ୍ୟାକାରୀ ବାପା ସମେତ ୨ ଗିରଫ - ହତ୍ୟା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ୩ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

couple body recovered
couple body recovered
author img

By

Published : Jul 13, 2023, 8:12 AM IST

Updated : Jul 13, 2023, 8:51 AM IST

ହତ୍ୟାକାରୀ ବାପା ସମେତ ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତରେ ଅଭାବନୀୟ ଘଟଣା । ସାଗୁନଭାଡ଼ି-ବାଞ୍ଜିପଦର ରାସ୍ତାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗତ ଦୁଇଦିନ ତଳେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛି ପୋଲିସ । ଘଟଣାର ୨ ଦିନ ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ତେବେ ଅଭିଯୁକ୍ତମାନେ ମୃତ ନାବାଳିକାର ବାପା, ତାଙ୍କ ଭିଣେଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲ ବୋଲି ଜଣାପଡିଛି ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତରେ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଉଠିଥିଲା । ହେଲେ ଏହି ସମ୍ପର୍କକୁ ନାବାଳକ ପରିବାର ସମର୍ଥନ ଦେଇ ଆସୁଥିଲେ । ହେଲେ ନାବାଳିକାଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ । ଗତ ୩୦ ତାରିଖ ଉଭୟ ଘର ଛାଡି ଚାଲି ଯାଇଥିଲେ ନାବାଳିକା । ଗାଁରୁ ବାହାରି ଉଭୟ ଗୋତଗୁଡା ଗାଁରେ ଥିବା ଏକ ପରିତ୍ୟକ୍ତ ମିଲରେ ଲୁଚି ରହିଥିଲେ ।

ନାବାଳିକାଙ୍କ ବାପା ଖବର ପାଇ ନାବାଳିକାର କାକା ଓ ଭିଣେଇକୁ ସାଙ୍ଗରେ ନେଇ ପ୍ରେମୀ ଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ପ୍ରେମୀ ଯୁଗଳଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେଇଥିଲା ଜହ୍ଲାଦ ବାପା । ପରେ ଜୁଲାଇ ୨ ତାରିଖରେ ନାବଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା । ଏନେଇ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ । ପରେ କିଛି ଦିନ ବିତି ଯିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ- ଅତିଷ୍ଠ କଲା ନ୍ୟୁଡ୍ କଲ୍ ବ୍ଲାକମେଲିଂ, ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ନାବାଳିକାର ପରିବାର ଲୋକେ ହତ୍ୟା କରିଥିବା ନେଇ ନାବାଳକଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ତଦନ୍ତ ଅନୁଯାୟୀ ଅଭିଯୁକ୍ତ ନାବଳିକାର ବାପାକୁ ପ୍ରଥମେ ଗିରଫ କରିବା ସହ ନାବାଳିକାଙ୍କ ଭିଣେଇ ଓ କାକାକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବା ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jul 13, 2023, 8:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.