ETV Bharat / state

ଓଡିଆ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ

author img

By

Published : Nov 28, 2020, 1:18 PM IST

Updated : Nov 28, 2020, 2:09 PM IST

ତାମିଲନାଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ଶନିବାର ଜିଲ୍ଲାସ୍ଥିତ ବାଲିଗୁଡା ଗ୍ରାମରେ ପହଞ୍ଚିଛି । ଅଧିକ ପଢନ୍ତୁ...

Migrant labour from Kalahandi working in Tamilnadu dead in road accident
ସଡକ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବାଲିଗୁଡା ଗ୍ରାମର ଜଣେ ଶ୍ରମିକଙ୍କ ତାମିଲନାଡୁରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତ ଶରୀରକୁ ଶନିବାର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ।

ଓଡିଆ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ

ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ବାଲିଗୁଡା ଗ୍ରାମର ଘାସେ ମାଝୀ । ସେ ପ୍ରାୟ ଦେଢ ବର୍ଷ ଧରି ତାମିଲନାଡୁ ରାଜ୍ୟର ତିରପୁର ଜିଲ୍ଲାର ଅଲଙ୍ଗିୟମ ଥାନା ଅଞ୍ଚଳର ଲକ୍ଷ୍ମୀ କ୍ରସରରେ କାମ କରୁଥିଲେ । ଗତ ମଙ୍ଗଳବାର ସକାଳ ୧୧ଟା ସମୟରେ ସାଙ୍ଗମାନଙ୍କ ସହିତ ଏକ ବାଇକରେ ଯାଉଥିବା ସମୟରେ ସାମ୍ନା ପଟୁ ଏକ କାର (ଟିଏନ ୩୭ଡିଓଆଇ-୬୦୩୯) ଧକ୍କା ଦେବା ଯୋଗୁଁ ଘାସେ ଛିଟିକି ପଡି ରାସ୍ତା କଡରେ ଥିବା ଏକ ପଥର ଗଦାରେ ପଡିଯାଇ ଥିଲେ ।

ତେବେ ସ୍ଥାନୀୟ ଲୋକମାନେ ଘାସେ ଓ ତାଙ୍କ 2 ଜଣ ସାଥୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ପରେ କ୍ରସର ମାଲିକ କେରଳରେ ମୃତଦେହ ବ୍ୟବଚ୍ଛେଦ କରି ଘାସେଙ୍କ ଶବକୁ ଏକ ଆମ୍ବୁଲାନ୍ସରେ ଗାଁକୁ ପଠେଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୀଡିତ ପରିବାର ସରକାରୀ ସହାୟତା ଅପେକ୍ଷାରେ ରହିଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Nov 28, 2020, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.