ETV Bharat / state

ଜବ କାର୍ଡରେ ଜାଲିଆତି, ସରପଞ୍ଚଙ୍କ ନାଁରେ ଅର୍ଥ ହଡ଼ପ ଅଭିଯୋଗ

MGNREGA ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ସ୍ଥାନୀୟ ସରପଞ୍ଚ ଚଞ୍ଚକତା କରି ନିଜ ସମ୍ପର୍କୀୟଙ୍କ ନାଁରେ ଜବ୍ କାର୍ଡ କରିଥିବା ଅଭିଯୋଗ କରିଛନ୍ତି ଲୋକେ । ଅଧିକ ପଢନ୍ତୁ

ଜବ କାର୍ଡରେ ଜାଲିଆତି
ଜବ କାର୍ଡରେ ଜାଲିଆତି
author img

By

Published : Jul 30, 2023, 8:05 AM IST

ଜବ କାର୍ଡରେ ଜାଲିଆତି

ଭବାନୀପାଟଣା: ନିଯୁକ୍ତି ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୂଳିଆମାଲ ପଞ୍ଚାୟତରୁ ଏପରି ଘଟଣା ସାମନାକୁ ଆସିଛି । ଗ୍ରାମାଞ୍ଚଳର ବିକାଶ ସହ ଚାଷୀଙ୍କ ଜମି ଓ ପୋଖରୀ ମରାମତି କରିବା ପାଇଁ ମନରେଗା ଯୋଜନା ଭଳି ଏକ ମହତ୍ତ୍ବାକାଂକ୍ଷୀ ଯୋଜନା କରିଛନ୍ତି ସରକାର । ହେଲେ କେତେକ ସରକାରୀ ବାବୁ ଓ ଜନପ୍ରତିନିଧିଙ୍କ ପାଇଁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ।

ତେବେ ସ୍ଥାନୀୟ ସରପଞ୍ଚ ଓ ସରକାରୀ ଅଧିକାରୀମାନେ ମିଶି 'ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା'ରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ତଥ୍ୟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଆଦିବାସୀ ବହୁଳ ଏହି ପଞ୍ଚାୟତରେ ଲୋକେ ଦିନ ମଜୁରିଆ ଭାବରେ କାମ କରିବା ସହ ଚାଷ ଉପରେ ନିର୍ଭର କରନ୍ତି । ନିଜ ଜମି ମରାମତି କରିବା ପାଇଁ ଲୋକେ ପଞ୍ଚାୟତରେ ଜଣାଇବା ପରେ MGNREGA ଯୋଜନା ମାଧ୍ୟମରେ ଜମି ମରାମତି ହେଉଛି । ଏହାସହ ପୋଖରୀ ଖନନ ଏବଂ ରାସ୍ତା ନିର୍ମାଣ ଭଳି ଅନେକ କାର୍ଯ୍ୟ ମନରେଗା ଯୋଜନାରେ ହେଉଥିବାବେଳେ ଜବ କାର୍ଡରେ ଜାଲିଆତି କରାଯାଇଥିବା ଘଟଣା ଏବେ ଲୋକଲୋଚନକୁ ଆସିବାରେ ଲାଗିଛି ।

"ହିତାଧିକାରୀଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରିଥିବାବେଳେ ଜନପ୍ରତିନିଧି ଓ ସରକାରୀ ବାବୁ ମିଶି ସମସ୍ତ ଅର୍ଥ ହେରଫେର କରିଛନ୍ତି । ଏହାସହ ସ୍ଥାନୀୟ ସରପଞ୍ଚ ନିଜ ପରିବାର ସମ୍ପର୍କୀୟଙ୍କ ନାଁରେ ଜବ କାର୍ଡ ତିଆରି କରି ସେଥିରେ ଚଞ୍ଚକତା କରିଛନ୍ତି" ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହିଭଳି ଭାବେ ମନରେଗା ଯୋଜନାରେ ସରକାରୀ ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମବାସୀ ।

ଏହା ବି ପଢନ୍ତୁ...ମନରେଗା ଯୋଜନାରେ ମେସିନ କରୁଛି କାମ, ଦାଦନ ଖଟି ଯାଉଛନ୍ତି ଶ୍ରମିକ

ଏହାସହ କୁଲିଆମାଲ ପଞ୍ଚାୟତର ଲୋହରାକୁନି ଗାଁରେ ପୋଖରୀ ଖନନ ଓ ଚାଷୀଙ୍କ ଜମି ମରାମତିରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି କାମ ଗତ ୨୦୨୨ ମସିହାରେ ହୋଇଥିବାବେଳେ ସେଥିରେ ଘୋଟାଲା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଘଟଣାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,"ବିଭିନ୍ନ ସ୍ଥାନରୁ ଏହିଭଳି ଅନେକ ଅଭିଯୋଗ ଆସୁଛି । ଯଦି ସେମିତିି ହୋଇଛି, ତେବେ ଏନେଇ ଲିଖିତ ଅଭିଯୋଗ କରନ୍ତୁ । ଅଭିଯୋଗ ପାଇବା ପରେ ଏ ଦିଗରେ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.