ETV Bharat / state

ଶହୀଦ ସପ୍ତାହରେ ଉପସ୍ଥିତି ଜାହିର କଲେ ମାଓବାଦୀ - Maoists declared their presence in kalahandi

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁରୁ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।

kalahandi
ଲିଟିବଣ୍ଡେଲ ଗାଁରେ ମାଓ ପୋଷ୍ଟର ଜବତ
author img

By

Published : Jul 31, 2020, 7:45 AM IST

ଭବାନୀପାଟଣା: ଜୁଲାଇ 28 ରୁ ଅଗଷ୍ଟ 3 ତାରିଖ ଯାଏଁ ପାଳନ ହେଉଥିବା ଶହୀଦ ସପ୍ତାହରେ ଉପସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁରୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ଶହୀଦ ସପ୍ତାହକୁ ନେଇ ମାଓବାଦୀ ଏହି ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଶହୀଦ ସପ୍ତାହକୁ ପାଳନ ସହ ଏହି ଅଞ୍ଚଳରେ କାର୍ଯ୍ୟରତ ଠିକାଦାରମାନେ ଶ୍ରମିକ ମାନଙ୍କୁ ସରକାରୀ ଧାର୍ଯ୍ୟ ମଜୁରୀ ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଲିଟିବଣ୍ଡେଲ ଗାଁରେ ମାଓ ପୋଷ୍ଟର ଜବତ

ଏନେଇ ସମ୍ପୃକ୍ତ ଠିକାଦାରମାନଙ୍କୁ ତାଗିଦ ସହ ଅଭିଯୋଗ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ଦିନରେ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ଜିଲ୍ଲାର ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.