କଳାହାଣ୍ଡି: କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀମାନେ କଳାହାଣ୍ଡି ଜିଲ୍ଲା ମଦନପୁରର ରାମପୁର ଥାନା ବାରବନ୍ଧା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇ ନିର୍ବାଚନରୁ ବିରତ ରହିବା ପାଇଁ ଆହ୍ୱାନ ଦେଇଛନ୍ତି । ତେବେ ଏନେଇ ସୂଚନା ଦେଇଛନ୍ତି କେ.କେ.ବି.ଏନ୍ ଡିଭିଜନାଲ କମିଟି ।
ତେବେ ମିଛ ଲୋକସଭା ଓ ବିଧାନସଭା ନିର୍ବାଚକୁ ବର୍ଜନ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିସହ ଭୋଟ ମାଗିବାକୁ ଆସୁଥିବା ପ୍ରାର୍ଥୀନଙ୍କୁ ଜନ ଅଦାଲତର କାଠଗଡାରେ ଛିଡା କରାଇବା ନେଇ ସାଧାରଣ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛି ଲାଲବାହିନୀ । ତେବେ କିଛିଦିନ ହେବ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଲାଲବାହିନୀ ପୋଷ୍ଟର ମାଧ୍ୟମରେ ନିଜର ସ୍ଥିତି ଜାହିର କରୁଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ