ଭବାନୀପାଟଣା: କୋରୋନା ସଙ୍କଟ ମଧ୍ୟରେ କଳାହାଣ୍ଡିରେ ମାଓ ବ୍ୟାନର ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ବାରକାଉଡିରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିଛି ।
ସିପିଆଇ ମାଓବାଦୀ ନାଁରେ ରାସ୍ତା କଡ ଏକ ଆମ୍ବ ଗଛରେ ଲଗାଯାଇଥିବା ଏହି ବ୍ୟାନରରେ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରଶସ୍ତ ରାସ୍ତାକୁ ବିରୋଧ କରାଯାଇଛି ।
ଏହି ମାଓ ବ୍ୟାନରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦାଦନ ଯିବାକୁ ମନା କରାଯାଇଥିବା ଜଙ୍ଗଲରେ ବୃକ୍ଷ ରୋପଣ ସହ ଜଙ୍ଗଲରୁ ଗଛ କାଟିଲେ ପ୍ରଜାକୋର୍ଟରେ ହାତ କାଟିଦେବା ପାଇଁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ଏପଟେ ପୋଷ୍ଟରର ସତ୍ୟତାକୁ ନେଇ ପୋଲିସର ତଦନ୍ତଜାରି ରହିଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ