ETV Bharat / state

ଗଜା ଧାନକୁ ନେଇ ମଣ୍ଡିରେ ବସିଛି ଚାଷୀ: ଆନ୍ଦୋଳନ ପାଇଁ ସଜବାଜ ଅନ୍ନଦାତା - କଳାହାଣ୍ଡି ଗଜାଧାନ ଇସୁ

କଳାହାଣ୍ଡି ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡିମାନଙ୍କରେ ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ । ଅଧିକ ପଢନ୍ତୁ

ଗଜା ଧାନକୁ ନେଇ ମଣ୍ଡିରେ ବସିଛି ଚାଷୀ: ଆନ୍ଦୋଳନ ପାଇଁ ସଜବାଜ ଅନ୍ନଦାତା

author img

By

Published : Jan 17, 2022, 8:45 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡିମାନଙ୍କରେ ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ । ଏସବୁ ଭିତରେ କେତେବେଳେ ଶୀତ କାକରରେ ଉପାର୍ଜିତ ଧାନକୁ ଜଗି ମଣ୍ଡିରେ ପଡି ରହିଛି ଚାଷୀ । ଆଉ ଏବେ ବେଡି ଉପରେ କରୋଡା ମାଡ଼ ଭଳି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଜିଲ୍ଲାରେ ଗତ ସପ୍ତାହେ ଧରି ଲଗାଣ ବର୍ଷା ଯୋଗୁଁ ଖୋଲା ଆକାଶ ତଳେ ପଡି ରହିଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଭିଜି ଏବେ ଗଜା ହୋଇଗଲାଣି । ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରିଥିଲା ଚାଷୀ । ହେଲେ ମଣ୍ଡି ଅବ୍ୟବସ୍ଥା ଓ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଏବେ ଗଜା ଧାନକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ ।

ଗଜା ଧାନକୁ ନେଇ ମଣ୍ଡିରେ ବସିଛି ଚାଷୀ: ଆନ୍ଦୋଳନ ପାଇଁ ସଜବାଜ ଅନ୍ନଦାତା

କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଧାନ ମଣ୍ଡିରେ ଯଦିଓ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମାର୍କେଟ ଇଆର୍ଡ଼ ଅଛି ତଥାପି ଆବଶ୍ୟକତା ଠାରୁ ଖୁବ୍‌ କମ । ଫଳରେ ଖୋଲା ଆକାଶ ତଳେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ମଣ୍ଡିରେ ଧାନ ଭିଜି ଗଜା ହୋଇଗଲାଣି ତଥାପି ଚାଷୀ ଅଣ୍ଟା ଭିଡ଼ିଛି ଧାନକୁ ସୁଖାଇବାକୁ । କାରଣ ମିଲର୍ସ ଆସିବ ଓ ଗଜା ଧାନକୁ ନେବା ପାଇଁ ମନା କରିବ, ସେଇ ଚିନ୍ତାରେ ଘାରି ହେଉଛି ଚଷା ପୁଅ । ଏହା ଯେ, କେବଳ ଗୋଟିଏ ମଣ୍ଡିର କଥା ତାହା ନୁହେଁ ଭାତ ହାଣ୍ଡିର ଗୋଟିଏ ଚାଉଳ ମାତ୍ର । ଜିଲ୍ଲାର ସମସ୍ତ ମଣ୍ଡିରେ ଏଭଳି ସମାନ ଅବସ୍ଥା । କଟଣୀ ଛଟନୀକୁ ନେଇ ଚାଷୀ ନୟାନ୍ତ ହୋଇଥିବାବେଳେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛି ଚାଷୀ । କାରଣ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି ହେଲେ କେହି କର୍ଣ୍ଣପାତ ନକରିବାରୁ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.