ଭବାନୀପାଟଣା : ୨ ଶିକ୍ଷାନୁଷ୍ଠାନରେ ପ୍ରଶାସନିକ ତନାଘନା। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ୨ଟି ଶିକ୍ଷାନୁଷ୍ଠାନ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ତନାଘନା କରିଛି ଜିଲ୍ଲା ପ୍ରଶାସନ।
କଳାହାଣ୍ଡି ଜିଲ୍ଲା ପ୍ରଶାସନର ତନାଘନା । ସ୍କୁଲ ଓ କଲେଜରେ CWC ଏବଂ NCPCRର ଗାଇଡଲାଇନ ଠିକ ଭାବରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ସେ ନେଇ ଯାଞ୍ଚ କରାଯାଇଛି । ଏନେଇ ଗତ ୨୭ ତାରିଖ ଦିନ କଳାହାଣ୍ଡି ଏସପି ଓ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାରଙ୍କ ଶିଶୁ ଅଧିକାର ଓ ସୁରକ୍ଷା କମିଶନ (Odisha State Commission for Protection of Child Rights ) । ଏହା ସହ ୭ ଦିନ ମଧ୍ୟରେ ରିପୋର୍ଟ ମାଗିଥିଲେ ।
ଏହାକୁ ନେଇ ଆଜିଠାରୁ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ ହଷ୍ଟେଲରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ସଚିନ ପାୱାରଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ନିର୍ମଳ ସାହୁ ସହ ୪ ଜଣିଆ ଟିମ ହଷ୍ଟେଲକୁ ଯାଇ ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି । ଏହା ସହ କଲେଜ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ