ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, କାନ୍ଧରେ ବୋହିଲେ ପରିବାର ଲୋକେ - କଳାହାଣ୍ଡିରେ ମିଳିଲାନି ମହାପ୍ରୟାଣ ଗାଡି

ପୁଣି ମୃତଦେହ ବୁହା ଘଟଣାର ପୁନରାବୃତ୍ତି । କଲାହାଣ୍ଡି ଜିଲ୍ଲାରେ ମହାପ୍ରୟାଣ ଗାଡି ନମିଳିବାରୁ କାନ୍ଧରେ ବୁହାହେଲା ମୃତଦେହ । ଅଧିକ ପଢନ୍ତୁ...

Family carried dead body in kalahandi
କାନ୍ଧରେ ମୃତଦେହ ବୋହିଲେ ପରିବାର ଲୋକେ
author img

By

Published : Jan 2, 2020, 1:28 PM IST

କଳାହାଣ୍ଡି: ମିଳିଲାନି ମହାପ୍ରୟାଣ ଗାଡି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଥରେ କାନ୍ଧରେ ବୁହାହେଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକରେ । ଯାହା ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

କାନ୍ଧରେ ମୃତଦେହ ବୋହିଲେ ପରିବାର ଲୋକେ

ସୂଚନା ମୁତାବକ, ବରାପାଲି ଗାଁର କୁନି ନାଏକଙ୍କୁ ଜ୍ଵର ହେବାରୁ ମଙ୍ଗଳବାର ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବୁଧବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ବର୍ଗ ମହାପ୍ରୟାଣ ଗାଡି ମାଗିବାରୁ ଚିକିତ୍ସାଳୟର କର୍ମଚାରୀ ବିଭିନ୍ନ ବାହାନା କରି କଥାକୁ ଏଡାଇ ଦେଇଥିଲେ । ଆଉ ଦୀର୍ଘ ସମୟ ପରେ ବାଧ୍ୟହୋଇ ପରିବାର ଲୋକେ ମୃତଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରି ଥିଲେ ।

ପରିବାର ଲୋକେ ୮ କିମି ମୃତଦେହ ବୋହି ନେବାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା । ପରିବାର ଲୋକଙ୍କ ପାଖକୁ ପଠାଯାଇଥିଲା ମହାପ୍ରୟାଣ ଗାଡି, କିନ୍ତୁ ପରିବାର ଲୋକେ ନିଜସ୍ବ ଖର୍ଚ୍ଚରେ ଏକ ଗାଡିରେ ମୃତ ଦେହକୁ ଗାଁକୁ ନେଇଥିଲେ ।

ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସରକାର ସ୍ବାସ୍ଥ୍ୟ ବିଭାଗରେ ୫ଟି ଲାଗୁ କରିବା ପରେ ଲୋକଙ୍କ ମନରେ ଅନେକ ଆଶା ସଂଚାର ହୋଇଥିଲା । ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟ ବିଭାଗକୁ ଯୋଡି ଗୋଟିଏ ପଟେ ସରକାର ଗର୍ବ କରୁଥିବା ବେଳେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଜିଲ୍ଲାପାଳ ଏହି ଘଟଣାକୁ ଟ୍ବିଟ ଯୋଗେ ଖଣ୍ଡନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ଶବ ବାହକ ନମିଳିବାରୁ ଉତ୍ତେଜନା। ପଦାରେ ପଡ଼ିଲା ସରକାରୀ ବ୍ୟବସ୍ଥା ର ନଗ୍ନ ଚିତ୍ର।

ପୁଣି ଶବ ବୁହା ଘଟଣା ର ପୁନରାବୃତ୍ତି।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ପୁଣି ଥରେ କାନ୍ଧରେ ବୁହା ହେଲା ଶବ।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବରାପାଲି ଗାଁ ର କୁନି ନାଏକ ଙ୍କୁ ଜ୍ଵର ହେବାରୁ ଗତକାଲି ପରିବାର ଲୋକେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରି ଥିଲେ।ଆଜି ସନ୍ଧ୍ୟା ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା।ପରିବାର ବର୍ଗ ଶବ ଵାହକ ଗାଡି ମାଗିବାରୁ ଚିକିତ୍ସାଳୟର କର୍ମଚାରୀ ବିଭିନ୍ନ ବାହାନା କରି କଥା କୁ ଆଡେଇ ଯାଇଥିଲେ। ଦୀର୍ଘସମୟ ପରେ ପରିବାର ବର୍ଗ ବାଧ୍ୟ ହୋଇ ମୃତଦେହ କୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରି ଥିଲେ।ପରିବାର ଲୋକେ ୮ କିଲିମିଟର ମୃତଦେହ ବୋହି ନେବା ପରେ ସ୍ୱାସ୍ତ୍ୟ ବିଭାଗ ତତ୍ପରତା ଦେଖାଇ ଥିଲା।ପରିବାର ଲୋକଙ୍କ ପାଖକୁ ପଠା ଯାଇଥିଲା ଶବ ଵାହକ ଗାଡି କିନ୍ତୁ ପରିବାର ଲୋକେ ଗାଁ ଲୋକଙ୍କ ନିଜସ୍ୱ ଖର୍ଚରେ ଏକ ଗାଡି ରେ ମୃତ ଦେହ କୁ ଗାଁ କୁ ନେଇଥିଲେ। ତେବେ ଏ ଭଳି ଘଟଣା ଜିଲ୍ଲା ରେ ନୁଆଁ ନୁହଁ କେତେ ବେଳେ ଦାନ ମାଝୀ ତ ପୁଣି କେତେ ବେଳେ ଆଉ କିଏ । Body:ସାଧାରଣ ଲୋକ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ସ୍ୱାସ୍ଥ୍ୟ ବିଭାଗ ରେ ୫ଟି ଲାଗୁ କରିବା ପରେ ଲୋକଙ୍କ ମନରେ ଅନେକ ଆଶା ସଂଚାର ହୋଇଥିଲା ।ମୋ ସରକାର ଯୋଜନାରେ ସ୍ୱାସ୍ଥ୍ୟ ଭିଭାଗ କୁ ଯୋଡି ଗୋଟିଏ ପଟେ ସରକାର ଗର୍ବ କରୁଥିବା ବେଳେ ଏ ଘଟଣା ବ୍ୟବସ୍ଥା ର ଏକ ନଗ୍ନ ଚିତ୍ର।ତେବେ କଳାହାଣ୍ଡି ଜିଲ୍ଲାପାଳ ଏହି ଘଟଣା କୁ ଟ୍ବିଟ ଯୋଗେ ଖଣ୍ଡନ କରିଛନ୍ତି।
Conclusion:ବାଇଟ-ନରସିଂଘ ନାଏକ (ମୃତକଙ୍କ ପରିବାର ବର୍ଗ)
ବାଇଟ-ସୁନ୍ଦରିକିନି ନାଏକ (ମୃତକଙ୍କ ପରିବାର ବର୍ଗ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.