ETV Bharat / state

କଳାହାଣ୍ଡିରେ ମେଲାଣି ନେଲେ ଜଗତ ଜନନୀ ମା’ ଦୁର୍ଗା

ମେଲାଣି ନେଲେ ଜଗତ ଜନନୀ ମାଆ ଦୁର୍ଗା । ସରି ଯାଇଛି ଦଶହରା । ମେଲାଣି ନେଇଛନ୍ତି ଜଗତ ଜନନୀ ମାଆ ଦୁର୍ଗା । ଦଶହରାକୁ ନେଇ ସାରା କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଲା । ଶୁକ୍ରବାର ମାଆଙ୍କୁ ମେଲାଣି ଦେଇଛନ୍ତି ସହରବାସୀ । ଭବାନୀପାଟଣା ସହରରେ ଛୋଟ ବଡ଼ ୧୦ ଟି ପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ଆୟୋଜନ କରାଯାଇଥିବା ବେଳେ ୨ ଦିନ ଧରି ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Kalahandi News:  ମେଲାଣି ନେଲେ ଜଗତ ଜନନୀ ମାଁ ଦୁର୍ଗା

author img

By

Published : Oct 8, 2022, 9:01 AM IST

ଭବାନୀପାଟଣା: ମେଲାଣି ନେଲେ ଜଗତ ଜନନୀ ମାଆ ଦୁର୍ଗା । ସରି ଯାଇଛି ଦଶହରା । ମେଲାଣି ନେଇଛନ୍ତି ଜଗତଜନନୀ ମାଆ ଦୁର୍ଗା । ଦଶହରାକୁ ନେଇ ସାରା କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଲା । ଆଜି ମାଆଙ୍କୁ ମେଲାଣି ଦେଇଛନ୍ତି ସହରବାସୀ । ଭବାନୀପାଟଣା ସହରରେ ଛୋଟ ବଡ଼ ୧୦ଟି ପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ଆୟୋଜନ କରାଯାଇଥିବା ବେଳେ ୨ ଦିନ ଧରି ଭସାଣି ଉତ୍ସବ ଅନୁଷ୍ଠିତ ହେବ ।

Kalahandi News: ମେଲାଣି ନେଲେ ଜଗତ ଜନନୀ ମାଁ ଦୁର୍ଗା

ଶୁକ୍ରବାର ସହରର ପରଦେଶୀ ପଡା ପୂଜା କମିଟି, ନକଟିଗୁଡା ଦୁର୍ଗା ପୂଜା କମିଟି, ରେଳ ଷ୍ଟେସନ ଦୁର୍ଗା ପୂଜା କମିଟି ପକ୍ଷରୁ ମାଆଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା କମିଟି ପକ୍ଷରୁ ବାଜା ରୋଷଣୀ ସହ ବେଶ ନାଚଗୀତରେ ମାଆଙ୍କୁ ବିଦାୟ ଦିଆଯାଇଛି। ପୌର ପରିଷଦ ପକ୍ଷରୁ ମାଆଙ୍କ ଭସାଣି ପାଇଁ ସହରର ପୁରୁଣା ପଡା ପୋଖରୀ, ପୁରୁଷୋତ୍ତମ ସାଗର ଓ ଆଶା ସାଗରରେ ବ୍ୟବସ୍ଥା କରାଯାଇଥିବା ବେଳେ ଭସାଣି ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଥିଲା । ଆଜି ଅନ୍ୟ ସମସ୍ତ ପୂଜା କମିଟି ମାନଙ୍କ ପକ୍ଷରୁ ଭସାଣି ଅନୁଷ୍ଠିତ ହେବ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.