ETV Bharat / state

ବେହାଲ ଲଡୁଗାଁ ରାସ୍ତା, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ - Prime Minister's Rural Scheme

ବେହାଲ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ଲଡୁଗାଁ ରାସ୍ତା । ବର୍ଷେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଯୋଜନାରେ ନିର୍ମିତ ହୋଇଥିଲା ରାସ୍ତା । ସେପଟେ ଏପରି ନିମ୍ନମାନ କାମକୁ ନେଇ ବଢୁଛି ଅସନ୍ତୋଷ ।

ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ଯୋଜନାରେ ନିର୍ମିତ ଖାଲଢିପ ରାସ୍ତା

author img

By

Published : Jul 15, 2020, 2:12 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନ ମାନର କାମ ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ପୂର୍ବରୁ ତିଆରି ହୋଇଥିବା ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି । ଏପଟେ ବର୍ଷା ଯୋଗୁଁ ରାସ୍ତା ସାରା ଖାଲି କାଦୁଅ ପାଣିରେ ଭର୍ତ୍ତି ହୋଇଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ଯୋଜନାରେ ନିର୍ମିତ ଖାଲଢିପ ରାସ୍ତା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ପରିଚିତ ଲଡୁଗାଁ ରାସ୍ତା । ଗତ ବର୍ଷ ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ ହୋଇଥିଲା । ହେଲେ ଏହି କାମକୁ ବର୍ଷେ ନପୁରୁଣୁ ଅବସ୍ଥା ବେହାଲ ହୋଇପଡୁଛି । ସରକାରୀ ଟଙ୍କାକୁ ଆତ୍ମସାତ କରି ନିମ୍ନ ମାନ ରାସ୍ତା କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

କୋକସରା ବ୍ଲକ ମହକୁମାରୁ ସିଧା ସଳଖ କାଉଡଲା ଓ ସୁନାମାଲ ଗାଁ ଦେଇ ରାସ୍ତା ଲଡୁଗାଁକୁ ଯୋଗ କରିଥାଏ । ଏହି ରାସ୍ତା ଉପରେ 7ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । ଏପରିକି ଲଡୁଗାଁକୁ ବ୍ୟବସାୟ ତଥା ବିଭିନ୍ନ କାମରେ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ରାସ୍ତାଘାଟ ଖାଲଖମାରେ ପରିଣତ ହୋଇଥିବାବେଳେ ଏପଟେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେପଟେ, ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିମାନେ ବିଭିନ୍ନ ସମୟରେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ସେମାନଙ୍କ ଅଭିଯୋଗ ଶୁଣୁନଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଧର୍ମଗଡ ବିଧାୟକଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇଯାଇଛି । ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ରାସ୍ତା ତିଆରି ହେବ ବୋଲି କହିଛନ୍ତି ।

ଅନ୍ୟପଟେ, କାଉଡଲା ଠାରୁ ଲଡୁଗାଁକୁ ସଂଯୋଗ କରୁଥିବା ଏହି ୪ କିମି ରାସ୍ତାକୁ ଶୀଘ୍ର ତିଆରି ନକଲେ ଆଗାମୀ ଦିନରେ ପ୍ରଶାସନକୁ ଅଚଳ କରିବା ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.