ଭବାନୀପାଟଣା: ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ପଞ୍ଜିଆ ଗ୍ରାମର କିଶନ ମେହେରଙ୍କ ଘରେ ପ୍ରାୟ ୧୦ ଜଣ ମୁଖା ପିନ୍ଧି ଦୁର୍ବୃତ୍ତ ପଶିଥିଲେ । ଘର ପଛପଟ ଝରକା ଭାଙ୍ଗି ସେମାନେ ଭିତରକୁ ପଶିଥିବା ବେଳେ କିଶନ ଓ ତାଙ୍କ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘରେ ଥିବା ନଗଦ ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । କିଶନ ଜଣେ କପଡ଼ା ବ୍ୟବସାୟୀ । ବୃଦ୍ଧ ଦମ୍ପତିଙ୍କ ଏକୁଟିଆ ରହିବା ଜାଣି ସମ୍ଭବତଃ ଦୁର୍ବୃତ୍ତ ଏମାନଙ୍କୁ ଟାର୍ଗେଟ କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଇଟିଭି ଭାରତ, କଳାହାଣ୍ଡି