ETV Bharat / state

Road Problem, ରାସ୍ତା ପାଇଁ ରାସ୍ତା ଖୋଳି ପ୍ରତିବାଦ

author img

By

Published : Aug 18, 2022, 2:00 PM IST

ରାସ୍ତା ପାଇଁ ତାତିଲେ ଲୋକେ । କଳାହାଣ୍ତିରେ ରାସ୍ତାରେ ୩ ଫୁଟ ଗାତ ଖୋଳି କଲେ ପ୍ରତିବାଦ । ଅଧିକ ପଢନ୍ତୁ

Road Problem, ରାସ୍ତାରେ ୩ ଫୁଟ ଗାତ ଖୋଳି ପ୍ରତିବାଦ

ଭବାନୀପାଟଣା: ସହରାଞ୍ଚଳକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସରକାର ସରକାର କେତେ କଣ ଯୋଜନା କରୁଛନ୍ତି । ବିଶେଷ କରି ରାସ୍ତା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ ସରକାର କରୁଥିବା ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯାହାକୁ ନେଇ ତାତିଛନ୍ତି ଲୋକେ । ରାସ୍ତା ଖୋଳି କରିଛନ୍ତି ପ୍ରତିବାଦ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର ଠାରୁ ଦ୍ବାରଶୁଣିକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି । ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଗୋଦାମପଡା ଛକ ନିକଟରେ ଥିବା ପୋଲ ଦବି ଯାଇଥିବା ବେଳେ ଭାରି ଯିବା ଆସିବା ଫଳରେ ରାସ୍ତା ମଧ୍ୟ ଦବି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ଦୀର୍ଘ ଦିନରୁ ପୋଲ ନିର୍ମାଣ ସହ ରାସ୍ତା ନିର୍ମାଣ ନେଇ ଦୀର୍ଘ ଦିନରୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ହେଲେ ପୌର ବିଭାଗର ଅଧିକାରୀ କି ଜନ ପ୍ରତିନିଧି ଏନେଇ କର୍ଣ୍ଣପାତ ନ କରିବାରୁ ଶେଷରେ ରାସ୍ତାରେ ୩ ଫୁଟ ଗଭୀର ଗାତ ଖୋଳି ପ୍ରତିବାଦ ଜଣାଇଛନ୍ତି ।

ଇଟିଭି ଭାରତ,କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.