ETV Bharat / state

ଟ୍ରକ୍ ଧକ୍କାରେ ଯୁବତୀ ମୃତ, ଏନ୍‌ଏଚ୍ ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ର - କଳାହାଣ୍ଡିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

କଳାହାଣ୍ଡି କେସିଙ୍ଗା ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏହାପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Road Accident: ୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ଛାତ୍ର

author img

By

Published : Dec 27, 2021, 6:37 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା କଲେଜ ସମ୍ମୁଖରେ ଯୁବତୀଙ୍କୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଟାୟାର ଜାଳି ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି ।

Road Accident: ୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ଛାତ୍ର

ମୃତ ଯୁବତୀ ଜଣକ ଉତ୍କେଲା ବ୍ୟାଙ୍କକୁ ନିଜର କୌଣସି କାମ ପାଇଁ ଆସିଥିଲେ । ତେବେ ଘରକୁ ଫେରିବା ସମୟରେ କଲେଜ ସମ୍ମୁଖରେ କେସିଙ୍ଗାରୁ ଭବାନୀପାଟଣା ଯାଉଥିବା ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ ଯୁବତୀ ଜଣକ ଝିକିମିକି ଗାଁର ରୋଶନି ସୁନା ବୋଲି ଜଣାପଡିଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ମିଶି ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତ । ସେମାନେ ଉତ୍କେଲା କଲେଜ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଛିଡା ହୋଇ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡି଼ଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.