ETV Bharat / state

ମଣ୍ଡି ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Jun 21, 2021, 10:33 PM IST

କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଲ ଓଡିଶା ସିଡୁଲକାଷ୍ଟ ଫେଡରେସନ। ଅଧିକ ପଢନ୍ତୁ...

letter to district magistrate for mandi problem in kalahandi
ମଣ୍ଡି ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା: ମଣ୍ଡି ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଏ ନେଇ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଲ ଓଡିଶା ସିଡୁଲକାଷ୍ଟ ଫେଡରେସନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

କଳାହାଣ୍ଡି ଜିଲ୍ଲାରେ ସୁଧୁରୁନି ମଣ୍ଡି ବ୍ୟବସ୍ଥା, ଖରିଫ ପରେ ରବି ଋତୁରେ ବି ପିଛା ଛାଡୁନି ଚାଷୀଙ୍କ ସମସ୍ୟା। ବର୍ତ୍ତମାନ ମଧ୍ୟ ଜିଲ୍ଲାର ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କୁଇଣ୍ଟାଲ ଧାନ। କିଛି ଦିନ ଧରି ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ବର୍ଷା ଯୋଗୁଁ ଧାନ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡି ରହୁଥିବା ଯୋଗୁଁ ନିର୍ଦ୍ଧାରିତ ସମୟରେ ଧାନ ଉଠିପାରୁନି, ଫଳରେ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବାର ଲାଗିଛି l

ଧାନ କ୍ରୟ ସଂସ୍ଥା ଓ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମଣ୍ଡି ମାନଙ୍କରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆଜି ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଯଥାଶୀଘ୍ର ମଣ୍ଡିରେ ଲାଗି ରହିଥିବା ସମସ୍ୟା ସମାଧାନ ସହ ତୁରନ୍ତ ଚାଷୀଙ୍କ ଧାନ ଉଠା ନ ଗଲେ ଆଗାମୀ ଦିନରେ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.