ETV Bharat / state

ଶ୍ରାବଣ ମାସ ଶେଷ ସୋମବାର, ଶିବାଳୟରେ ଭକ୍ତଙ୍କ ସମାଗମ - last monday of sava

ଆଜି ଶ୍ରାବଣର ଶେଷ ସୋମବାର। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଶିବାଳୟରେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାକୁ ଲୋକଙ୍କୁ ଅନୁରୋଧ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ...

ଶ୍ରାବଣ ମାସ ଶେଷ ସୋମବାର, ଶିବାଳୟରେ ଭକ୍ତଙ୍କ ସମାଗମ

author img

By

Published : Aug 16, 2021, 1:20 PM IST

ଭବାନୀପାଟଣା: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର। ଭୋଳାବାବାଙ୍କ ଭକ୍ତମାନଙ୍କ ପାଇଁ ଆଜିର ଦିନର ମହତ୍ତ୍ବ ଢେର ଅଧିକ। ବିଶ୍ବାସ ରହିଛି ଶ୍ରାବଣ ମାସ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ କୋରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ଜାରି କରିଛନ୍ତି ସରକାର।

ଶ୍ରାବଣ ମାସ ଶେଷ ସୋମବାର, ଶିବାଳୟରେ ଭକ୍ତଙ୍କ ସମାଗମ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ବର ମନ୍ଦିର, ବାଲୁଙ୍କେଶ୍ବର ମନ୍ଦିର ସମେତ ଜିଲ୍ଲାର ଅନେକ ମନ୍ଦିରରେ ଭକ୍ତ ସମସ୍ତ କୋଭିଡ ନିୟମ ମାନି ଦର୍ଶନ କରୁଥିବା ଦେଖିବାକୁ ମିଳିଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟମାନଙ୍କ ପକ୍ଷରୁ ସମସ୍ତ ଶିବାଳୟରେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାକୁ ଲୋକଙ୍କୁ ଅନୁରୋଧ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.