ETV Bharat / state

କଳାହାଣ୍ଡିରେ ଆରମ୍ଭ ହେଲା ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା - ଧାନ କ୍ରୟ ଶୁଭାରମ୍ଭ

ଜୟପାଟଣା ବ୍ଳକ ବାନେର ପେକ୍ସ ଅଧିନସ୍ଥ ଖଲିଆଭଟା ମଣ୍ଡିରୁ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା । ଅଧିକ ପଢନ୍ତୁ

କଳାହାଣ୍ଡିରେ ଆରମ୍ଭ ହେଲା ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା

author img

By

Published : Nov 25, 2022, 8:37 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜୟପାଟଣା ବ୍ଳକ ବାନେର ପେକ୍ସ ଅଧିନସ୍ଥ ଖଲିଆଭଟା ମଣ୍ଡିରୁ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା । ଏନେଇ ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ, RMC ଅଧିକାରୀଙ୍କ ଉପସ୍ଥିତରେ ପ୍ରଥମ କରି ଧାନ କ୍ରୟ ଶୁଭାରମ୍ଭ ହୋଇଛି । ୫ ଜଣ ଚାଷୀଙ୍କଠାରୁ ୨ଶହ କ୍ବିଣ୍ଟାଲ ଧାନ ସଂଗ୍ରହ କରି ଧାନ ମଣ୍ଡିର ଶୁଭାରମ୍ଭ କରିଛି ଜିଲ୍ଲା ଯୋଗାଣ ବିଭାଗ ।

କଳାହାଣ୍ଡିରେ ଆରମ୍ଭ ହେଲା ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା

DRC ଏସ୍ ପ୍ରମୋଦ କୁମାର ସାହୁ, CSO ଖଗେଶ୍ବର ପଣ୍ଡାଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗ ବଜାର କମିଟି କର୍ମଚାରୀ ଓ ଚାଷୀଙ୍କ ଉପସ୍ଥିତିରେ ମଣ୍ଡି ଆରମ୍ଭ ହୋଇଛି । ଅନ୍ୟପଟେ ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୨-୨୩ରେ ଭବାନୀପାଟଣା ଓ ଧର୍ମଗଡ ସବ୍‌ଡିଭିଜନରେ ୭୪ଟି ପେକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଚଳିତ ବର୍ଷ ଏଫଏକ୍ୟୁ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ 'ଗ୍ରେଡ ଏ' ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି । ତେବେ ପୂର୍ବ ବର୍ଷରେ ଚାଷୀଙ୍କ ଯେଉଁ ସମସ୍ୟା ଦେଖା ଦେଇଥିଲା ତାହାର ସମାଧାନ ପାଇଁ ଆଗୁଆ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ନେଇ ଅତିରିକ୍ତ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । କଟନୀଛଟନୀକୁ ନେଇ ଚାଷୀଙ୍କ ବିଭିନ୍ନ ପ୍ରଶ୍ନ ରହିଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.